କନକବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାଣିକପୁର ଗାଁର କମ୍ପା ଜେନା ଓ ସୁରେଶ ମଲ୍ଲିକଙ୍କ ଘର କାନ୍ଥ ଭାଙ୍ଗି ଯାଇଛି ।  ଗତକାଲି ଠାରୁ ବର୍ଷା ଲାଗି ରହିଛି। ବିଭିନ୍ନ ଜାଗାରେ ପାଣି ଜମି ରହିଥିବାରୁ ପୁରୁଣା କାନ୍ଥ ଗୁଡ଼ିକ ପଡ଼ି ଯାଇଛି। ଦୁଇଟି ଘରେ ୬ ଜଣ ରହିଥିଲେ ମଧ୍ୟ ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚିନାହାନ୍ତି। ମାଣିକପୁର ସରପଞ୍ଚ ତଦାରଖ କରିଛନ୍ତି  ।

Advertisment

ଯଥା ଶୀଘ୍ର ପକ୍କା ଘର ସହ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି ।   ସେପଟେ କୋରାପୁଟରେ ବି ଲାଗି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରୁ ରାସ୍ତା ଘାଟ ନଦୀ ନାଳ ପାଣିରେ ଫୁଲି ଉଠୁଛି ।  ଲମତାପୁଟ ବ୍ଲକର ମୁଖ୍ୟ ରାସ୍ତା ରେ ଦୁଇ ଫୁଟ ର ପାଣି ପ୍ରବାହିତ ହେଉଛି । ଯାହା ଫଳରେ ଏକ ପ୍ରକାର ଧନ ଜୀବନ ଅସ୍ତବ୍ୟସ୍ତ ହୋଇଛି।

ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ବର୍ଷା ହେଉଛି। କେତେବେଳେ ଖରା ଆଉ କେତେବେଳେ ବର୍ଷା ସହ ପବନ । ଏହି ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ଖୁସି ଖବର ଆଣିଦେଇଛି  I  ଅସ୍ତରଙ୍ଗ ଅଞ୍ଚଳରେ ଯେଉଁ ନିଅଣ୍ଟିଆ ବର୍ଷା ଯୋଗୁଁ  ଚଳିତ ଖରିଫ ଧାନ ଫସଲରେ ମରୁଡ଼ିର ଆଶଙ୍କା ଥିଲା I ଏବେ ବର୍ଷା ହେବା  ଫଳରେ ଧାନରୁଆ ହୋଇପାରିବ ବୋଲି ଚାଷୀ ଆଶା ରଖିଛନ୍ତି ।  ଏବେ ସୁଦ୍ଧା ଯେଉଁ ପରିମାଣରେ ବର୍ଷା ହେଉଛି ତାହା ନିଅଣ୍ଟିଆ ପରିସ୍ଥିତିରେ ସୁଧାର ଆଣିବା ସହଜ ନୁହେଁ ବୋଲି ଚାଷୀ କହିଛନ୍ତି   I