କନକବ୍ୟୁରୋ : ଉତ୍ତରପ୍ରଦେଶରେ କାଳ ସାଜିଛି ବଜ୍ରପାତ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରଘାତରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା । ବରେଲୀରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଅଧିକାଂଶ ମୃତକ ଶ୍ରମିକ ଥିବାବେଳେ ବୃଦ୍ଧ ବ୍ୟକ୍ତି ଥିବା ଜଣାପଡିଛି । ୪୮ ଘଣ୍ଟାରେ ୪୦ରୁ ଅଧିକ ଲୋକଙ୍କ ବଜ୍ରାଘାତରେ ମୃତ୍ୟୁ ଭୟର ବାତାବରଣ କରିଛି ।
ଏଥିସହ ମୁମ୍ବାଇରେ ବର୍ଷାର ତାଣ୍ଡବ । ୨ଦିନ ହେବ ମୁମ୍ବାଇ ସହ ରାଜ୍ୟରେ ବର୍ଷା ଦାଉ ସାଧିଛି । ଲଗାଣ ବର୍ଷା ହେବା ଫଳରେ ମୁମ୍ବାଇ ବେଶୀ ପ୍ରଭାବିତ ହୋଇଛି । ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ଜଲଦି ଆସିଛି ଫଳରେ ବର୍ଷା ଲାଗିରହିଛି ଅନ୍ୟପଟେ ଲୋକମାନେ ବର୍ଷାରେ ଭିଜି ମଜା ନେଇଛନ୍ତି । ଜୁନ୍ ୧ରୁ ବର୍ତ୍ତମାନ ମହାରାଷ୍ଟ୍ରରେ ବର୍ଷାରେ ୧୮ ଜଣଙ୍କ ଜୀବନ ଗଲାଣି । ପାଣିପାଗ ବିଭାଗ ଆଗାମୀ ୧୬ ଘଂଣ୍ଟାରେ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ।