କନକ ବ୍ୟୁରୋ : ପଞ୍ଜାବ ଓ ଚଣ୍ଡିଗଡ଼ରେ ମୌସୁମୀ ଜନିତ ଭୀଷଣ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି । ଉଭୟ ପଞ୍ଜାବ ଓ ଚଣ୍ଡିଗଡ଼ର ବିଭିନ୍ନ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ଆଖିରେ ରଖି ପଞ୍ଜାବ ଓ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଆସନ୍ତା ୭ ତାରିଖ ଯାଏଁ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି । ଚଣ୍ଡିଗଡ଼ରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁଁ ସୁଖନା ହ୍ରଦର ଜଳସ୍ତର ବୃଦ୍ଧି ପାଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ପଞ୍ଜାବର ୨୩ଟି ଜିଲ୍ଲାର ୧୪ଶହ ଗାଁ ବନ୍ୟା ପାଣିରେ ଉବୁଟୁବୁ ହେଉଛି । ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପଞ୍ଜାବରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଲଗାଣ ବର୍ଷା ଜନିତ ବନ୍ୟା ଯୋଗୁଁ ପଞ୍ଜାବର ୩ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଚଣ୍ଡିଗଡ଼ ଓ ପଞ୍ଜାବ : ବନ୍ୟାରେ ଉବୁଟୁବୁ ପଞ୍ଜାବର ୧୪ଶହ ଗାଁ, ୩୦ ଜଣଙ୍କ ମୃତ୍ୟୁ ସୂଚନା
ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କରିଛି । ଉଭୟ ପଞ୍ଜାବ ଓ ଚଣ୍ଡିଗଡ଼ର ବିଭିନ୍ନ ଅଞ୍ଚଳ ପାଇଁ ଆଲର୍ଟ ଜାରି କରାଯାଇଛି ।
/kanak/media/media_files/2025/09/04/punjab-2025-09-04-08-34-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)