ପ୍ରବଳ ବର୍ଷା ଆଣିଲା ଉତ୍ତର ଓଡ଼ିଶାରେ ବନ୍ୟା । ଗାଁ ପରେ ଗାଁ ଡେଇଁ ଆଗକୁ ମାଡୁଛି ପାଣି

Advertisment

ବାଲେଶ୍ବରରେ ମଧ୍ୟ ସ୍ଥିତି ଆହୁରି ଉତ୍କଟ। ଜଳକାରେ ଜଳସ୍ତର ବୃଦ୍ଧି ପାଇଁ ବସ୍ତା ବ୍ଲକର ୩୦ ଗାଁ ଏବେ ପାଣି ଘେରରେ। ମୁଖ୍ୟ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ରେମୁଣାର ଶେରଗଡ ବଜାରରେ ଥିବା ଦୋକାନରେ ରାତାରାତି ପାଣି ପଶିଥିବା ବେଳେ  ଭୋଗରାଇର ଉଲୁଡା ଗାଁର ଚିତ୍ର ବର୍ଷାର ଭୟଙ୍କର ରୂପକୁ ସାମ୍ନାକୁ ଆଣିଛି।  ଘରେ ପାଣି , ସ୍କୁଲରେ ବି ପାଣି। ଚୁଲି ଜଳୁନି କି ପାଠ ପଢା ହୋଇପାରୁନି। 

34ddd

କନକ ବ୍ୟୁରୋ : ୪ ଦିନର ଲଗାଣ ବର୍ଷା। ଆଉ ତା ପରେ ଉତ୍ତର ଓଡ଼ିଶାରେ ଏଭଳି ଅବସ୍ଥା। କେଉଁଠି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଲାଣି, ତ ପୁଣି କେଉଁଠି ଘର ଓ ଦୋକାନରେ ପାଣି ପଶିଲାଣି। ବର୍ଷା ପାଣିକୁ ଅଟକାଇବାକୁ କୌଣସି ବନ୍ଧ ନଥିବାରୁ ସିଧାସଳଖ ନଦୀରେ ପ୍ରବାହିତ ହେଉଛି ଜଳ। ଯାହର ପରିଣାମ ସ୍ବରୂପ ମୟୂରଭଞ୍ଜରେ ଜଳକା, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ଜମ୍ଭୀରା ନଦୀ ଦେଖାଇଛି ଉଗ୍ର ରୂପ। ଜଳକାର ଜଳସ୍ତର ବିପଦ ସଂକେତ ଟପିବା ପରେ ସମ୍ଭାବ୍ୟ ବନ୍ୟା ମୁକାବିଲାର ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଶିମିଳିପାଳ ଅଭୟାରଣ୍ୟରେ ଥିବା ଜଳାଶୟ ଓ ପ୍ରବାହିତ ନଦୀ ବି ଫୁଲୁଛି ।  ଖଇରୀ, ବୁଢ଼ାବଳଙ୍ଗ, ୱେଷ୍ଟ ଦେଓ, ସାଳନ୍ଦୀ, ସଞ୍ଜ, ଠକଠକି, ଖଡ଼ଖାଇ,ପଳପଳା, ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି ପାଇବା ତଳିଆ ଅଞ୍ଚଳବାସୀଙ୍କ ନିଦ ହଜାଇଛି। ଅନ୍ୟପଟେ ପ୍ରବଳ ବର୍ଷାରେ କାନ୍ଥପଡି ୨ ଜଣଙ୍କ ମୃତ୍ୟୁ ପରେ ଆଲର୍ଟ ମୋଡକୁ ଆସିଛି ଜିଲ୍ଲା ପ୍ରଶାସନ।

ଏତିକିରେ ସରିନି ବର୍ଷାର ବିତ୍ପାତ। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ କପ୍ତିପଦାର ଶାଳଚୁଆ ପଞ୍ଚାୟତରେ ଲୋକଙ୍କ ଘରେ ଲହଡି ମାରୁଛି ପାଣି।  ବାଲେଶ୍ବରରେ ମଧ୍ୟ ସ୍ଥିତି ଆହୁରି ଉତ୍କଟ। ଜଳକାରେ ଜଳସ୍ତର ବୃଦ୍ଧି ପାଇଁ ବସ୍ତା ବ୍ଲକର ୩୦ ଗାଁ ଏବେ ପାଣି ଘେରରେ। ମୁଖ୍ୟ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ରେମୁଣାର ଶେରଗଡ ବଜାରରେ ଥିବା ଦୋକାନରେ ରାତାରାତି ପାଣି ପଶିଥିବା ବେଳେ  ଭୋଗରାଇର ଉଲୁଡା ଗାଁର ଚିତ୍ର ବର୍ଷାର ଭୟଙ୍କର ରୂପକୁ ସାମ୍ନାକୁ ଆଣିଛି।  ଘରେ ପାଣି , ସ୍କୁଲରେ ବି ପାଣି। ଚୁଲି ଜଳୁନି କି ପାଠ ପଢା ହୋଇପାରୁନି। 

ଲଗାଣ ବର୍ଷାରେ ଲୋକେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ଅନେକ ସ୍ଥାନରେ ପହଞ୍ଚି ପାରୁନି ପ୍ରଶାସନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe