ମାଲକାନଗିରି କାଲିମେଳାରେ ଲଗାଣ ବର୍ଷା; ବୁଡ଼ିଲା କନ୍ୟାଶ୍ରମ ପୋଲ , ଯୋଗାଯୋଗ ବିଚ୍ଛନ୍ନ

ଲଘୁଚାପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡିଛି। କାଲିମେଳାରେ ମଧ୍ୟ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷାରେ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି।

New Project (10)

କନକ ବ୍ୟୁରୋ: ଲଘୁଚାପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡିଛି। କାଲିମେଳାରେ ମଧ୍ୟ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷାରେ କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି। ପୋଲ ଉପରେ ୨ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। 

କାଲିମେଳାରୁ ପଡୋଶୀ  ଛତିଶଗଡ଼କୁ ଯୋଗୁ ଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟୁ ଆସୁଥିବା ଯାନବାହାନ ସବୁ ଅଟକି ରହିଛି। ଗତକାଲିଠାରୁ କାଲେିମେଳାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଥିବା ବେଳେ ମାଲକାନଗିରି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe