ବର୍ଷାରେ ବେହାଲ ସାରା ଭାରତ: ଦିଲ୍ଲୀରୁ ମୁମ୍ବାଇ ସବୁଠି ପ୍ରବଳ ବର୍ଷା

ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ମୁଶଳଧାରା ବର୍ଷା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି। ସେହିପରି ମୁମ୍ବାଇରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ‘ୟେଲୋ’ ଆଲର୍ଟ ଜାରି କରିଛି।

21

Photograph: (kanak news)

କନକ ବ୍ୟୁରୋ: ଆଜି ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀରୁ ମୁମ୍ବାଇ ସବୁଠି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ଦିଲ୍ଲୀ-ଏନସିଆରରେ ଆଜି ସକାଳୁ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ ଉତ୍ତର ଦିଲ୍ଲୀ ବ୍ୟତୀତ ସମଗ୍ର ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି। ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ମୁଶଳଧାରା ବର୍ଷା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି। ସେହିପରି ମୁମ୍ବାଇରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ପାଇଁ ‘ୟେଲୋ’ ଆଲର୍ଟ ଜାରି କରିଛି। ଜଳମଗ୍ନ ରାସ୍ତା ଓ ଟ୍ରାଫିକ ଜାମ୍‌ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ। ଆସନ୍ତା ୨୪ ଘଣ୍ଟା ପର୍ୟ୍ୟନ୍ତ ପୁରା ମୁମ୍ବାଇରେ ବର୍ଷା  ଜାରି ରହିବ। ସେପଟେ  ହିମାଚଳ ପ୍ରଦେଶରେ କୁଲ୍ଲୁ ଓ ଶିମଲାରେ ବାଦଲଫଟା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି। ୩୨୫ରୁ ଅଧିକ ରାସ୍ତା, ଦୁଇଟି ଜାତୀୟ ରାଜପଥ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ପୋଲ ଓ ଘର ନଷ୍ଟ ହୋଇଛି। ଆଇଏମ୍‌ଡି ରବିବାର ପର୍ୟ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ଉତ୍ତର ପୂର୍ବ ଭାରତରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଆସାମରେ ପ୍ରବଳ ବର୍ଷା ଫଳରେ କୋକରାଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୌରାଙ୍ଗ, ସଙ୍କୋଶ ଓ ସରଲଭଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏଥିପାଇଁ ୮୬ ହଜାର ୮୮୩ ଲୋକ ପ୍ରଭାବିତ ହେବା ସହ ପ୍ରାୟ ୨୫୮ ଗାଁ ଜଳମଗ୍ନ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe