Photograph: (kanaknews)
କନକବ୍ୟୁରୋ : ବାତ୍ୟା ଡିଟୱା ଶ୍ରୀଲଙ୍କାରେ ଜଳପ୍ରଳୟ ଆଣିଥିବାବେଳେ ରବିବାର ପଶ୍ଚିମ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡ଼ୁ ଉପକୂଳ ଓ ପୁଡୁଚେରୀଠାରୁ ୩୫ କିମି ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି । ଗଭୀର ଅବପାତ ସ୍ଥିତି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ।
ଅଧିକ ପଢନ୍ତୁ ... ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଆବଶ୍ୟକ : ସୁପ୍ରିମକୋର୍ଟ
ଏହାର ପ୍ରଭାବରେ ତାମିଲନାନୁର ତିରୁଭଲ୍ଲୁର, ରାଣିପେଟ୍, କାଞ୍ଚିପୁରମ୍, ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ଭେଲୋର ଜିଲ୍ଲାରେ ସୋମବାର ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମ୍ଡି ପକ୍ଷରୁ କୁହାଯାଇଛି। ତିରୁପୁଥୁର, ତିରୁଭନ୍ନମଲାଇ ଓ ଭିଲ୍ଲୁପୁରମ ଜିଲ୍ଲା ଏବଂ ପୁଡୁଚେରୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ତାମିଲନାଡୁରେ ର ଉତ୍ତର ଉପକୂଳ, କରାଇକଲ ଦକ୍ଷିଣ ଉପକୂଳ ଓ ପୁଡୁଚେରୀରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ପବନର ବେଗ ୮୦ କିମି ରହିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି ।
ତାମିଲନାଡ଼ୁରେ ବାତ୍ୟା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । କଲମ୍ବୋ ରେ ଫସି ରହିଥିବା ୪୦୦ ଭାରତୀୟଙ୍କୁ ଦୁଇଟି ବିମାନରେ ଭାରତ ଅଣାଯାଇଛି। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବାତ୍ୟା ‘ଦିତ୍ୱାହ’ ଭାରତୀୟ ଉପକୂଳ ଅତିକ୍ରମ କରିବ ନାହିଁ ବରଂ ସମୁଦ୍ର କୂଳ ଦେଇ ଯିବ। ପବନର ବେଗ ବହୁ ଅଧିକ ନଥିଲେ ମଧ୍ୟ ଏହା କୃଷିକାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିବ ।
ଆଜି ଭାରତୀୟ ବାୟୁସେନା ହେଲିକପ୍ଟର କଲମ୍ବୋରେ ନିଜର ଅପରେସନ ଜାରି ରଖିଛି। ଇରୁଙ୍ଗୁୱାଟାରେ ଫସି ରହିଥିବା ୫୭ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ମାଟାଲେରେ ପହଞ୍ଚାଇଛି । ସେପଟେ ତାମିଲନାଡୁରେ ପ୍ରବଳ ବର୍ଷା, ୩ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଡିଟୱା କାରଣରୁ ତାମିଲନାଡୁର ତିନୋଟି ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି । ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କା କରି କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।
Follow Us