କନକ ବ୍ୟୁରୋ : କାର ବୁଡ଼ିଛି । ଘରଦ୍ବାର ଭିତରେ ପାଣି । ଜଳବନ୍ଦୀ ଲୋକେ । ବସ୍ତି ବୁଡିଛି ବର୍ଷା ପାଣିରେ । ନଦୀର ଜଳସ୍ତର ବଢ଼ୁଛି । ଲଗାଣ ବର୍ଷା ପରେ ଇଏ ହେଉଛି ଗୁଜରାଟର ବିଭିନ୍ନ ଜିଲ୍ଲାର ଚିତ୍ର । ଯୁଆଡେ ନଜର ଯାଉଛି ସେଠି କେବଳ ପାଣି ହିଁ ପାଣି । ମୌସୁମୀ ସହ ଲଘୁଚାପ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଗୁଜରାଟ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଅଗଷ୍ଟ ୨୯ ପର୍ୟ୍ୟନ୍ତ ଗୁଜରାଟ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆରବ ସାଗରରେ ସୃଷ୍ଟ  ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଗୁଜରାରେ ପ୍ରବଳ ବର୍ଷା ଚାଲିଛି । ବନ୍ୟା ଓ ବର୍ଷାରେ ଏବେ ସୁଦ୍ଧା ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ସହ ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବଡୋଦରା, ଅହମଦାବାଦ, ସୁରଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେପଟେ ସ୍ଥିତିକୁ ଦେଖି ୩ଦିନ ପାଇଁ ପ୍ରଭାବିତ ଜିଲ୍ଲର ସ୍କୁଲବନ୍ଦ ରଖାଯାଇଛି ।

Advertisment

ଲଗାଣବର୍ଷା ଓ ବନ୍ୟାରେ ଏଣିକି ମହାରାଷ୍ଟ୍ର ପାଇଁ ମୁଣ୍ଡବିନ୍ଧା ସାଜିଛି । । ଲଗାଣବର୍ଷା  ଯୋଗୁଁ ମାୟାନଗରୀ ମୁମ୍ବାଇଠୁ ନେଇ ରାଜ୍ୟର ଅଧିକାଂଶ ଜିଲ୍ଳାରେ ସ୍ଥିତି ଭୟଙ୍କର ରହିଛି । ରତ୍ନଗିରୀ,ନାସିକ, ନଭସାରୀ ସହ ମୁମ୍ବାଇରେ ସମସ୍ୟା ନେଇ ଆସିଛି ଲଗାଣବର୍ଷା । ପ୍ରଳୟଙ୍କାରୀ ବନ୍ୟା ସ୍ରୋତର ଇଏ ହେଉଛି ଦୃଶ୍ୟ । ମନ୍ଦିରଠୁ ରାସ୍ତାଘାଟ ସବୁ ଭାସୁଛି ପାଣିରେ । ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଆଶ୍ରୟ ଶିବିରରେ ଥଇଥାନ କରାଯାଇଛି ।

କେବଳ ଗୁଜରାଟ ନୁହେଁ ଉତରଭାରତର ଅନେକ ରାଜ୍ୟରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି ।ଇଏ ହେଉଛି ରାଜସ୍ଥାନର କିଛି ଜିଲ୍ଲାର ଚିତ୍ର । ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ସହର ଓ ଗାଁରେ ପଶିଛି ପାଣି ସୂଚନା ଅନୁସାରେ ରାଜସ୍ଥାନରେ ୧୯ବର୍ଷର ରେକର୍ଡ ଭଙ୍ଗା ବର୍ଷା ହୋଇଛି ।ଆଗାମୀ ୩ଦିନ ପାଇଁ ବିଭିନ୍ନ ଜିଲ୍ଲାରକୁ ଆଲର୍ଟରେ ରଖାଯାଇଛି ।

ବର୍ଷା ଋତୁ ଆରମ୍ଭ ହେବା ସହ ଉତରଭାରତ ରାଜ୍ୟ ପାଇଁ କାଳ ସାଜେ ଲଗାଣ ବର୍ଷା । ପ୍ରତିବର୍ଷ ବନ୍ୟା ଓ ବର୍ଷାରେ ଏହି ସବୁ ରାଜ୍ୟଗୁଡିକ ବେଶ ପ୍ରଭାବିତ ହୋଇ ଜନଧନହାନି ମଧ୍ୟ ହେଉଛି।