କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଧସିଲା ମାଟି ଅତଡ଼ା । ମାଟି ଅତଡ଼ା ରାସ୍ତା ଉପରେ ପଡ଼ିବାରୁ ନାରାୟଣପାଟଣା ଓ ଦାମନଯୋଡି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଦାମନଯୋଡ଼ି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ବିଜାଘାଟି ଏବଂ କେରେଙ୍ଗା ପାହାଡ଼ ରାସ୍ତା ନିକଟରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଗାଡି ମଟର ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ଗତକାଲି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନାରାୟଣପାଟଣା ସମେତ ସେମିଲିଗୁଡ଼ା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଥିବା ଖବର ଆସିଛି ।