କନକ ବ୍ୟୁରୋ : ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଅନ୍ୟ ସମସ୍ତ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ଆଶଙ୍କା କରାଯାଉଛି। ଆସନ୍ତା ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି , କୋରାପୁଟ, ମାଲକାନିଗରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପ ବର୍ଷା। ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ଅଛି। ଆସନ୍ତାକାଲି ପରେ ବର୍ଷାର ପରିଣାମ ପୁରା କମିପାରେ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା ।