କନକ ବ୍ୟୁରୋ : ହୀରାକୁଦରେ ଖୋଲିଲା ୨୦ ଗେଟ୍। ମହାନଦୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ହୀରାକୁଦରେ ଜଳସ୍ତର ବଢିବାଲେ ଲାଗିଛି । ଜଳସ୍ତର ବଢ଼ିବାରୁ ଆଛ ୪ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଏବେ ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ ଜଳ ହୀରାକୁଦ ଡ୍ୟାମରେ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୪ ହଜାର ୧୨୯ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି । ଛତିଶଗଡ଼ ଏବଂ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ଯେହେତୁ ଉପର ମୁଣ୍ଡରେ ବର୍ଷା ଲାଗିରହିଛି ଆବଶ୍ୟକ ପଡିଥିଲେ ଅଧିକ ଗେଟ ଖୋଲାଯିବାର ସମ୍ଭାବନା ରହିଛି । ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ ୧୦ଟି ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ପରେ ମହାନଦୀରେ ୩ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲା-ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁରର ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ନଦୀ ଶଯ୍ୟାକୁ ଗୃହପାଳିତ ପଶୁଙ୍କୁ ନଛାଡିବା ସହ ଲୋକଙ୍କୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।
ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ ୨୦ ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ
ଏବେ ମୋଟ୍ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଏବେ ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ ଜଳ ହୀରାକୁଦ ଡ୍ୟାମରେ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୪ ହଜାର ୧୨୯ କ୍ୟୁସେକ ଜଳ ନିଷ୍କାସନ କରାଯାଇଛି ।
/kanak/media/media_files/2025/09/05/23-2025-09-05-10-18-07.jpg)