କନକ ବ୍ୟୁରୋ : ମହାନଦୀରେ ବନ୍ୟା ଆଶଙ୍କା । ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଛି। ହୀରାକୁଦରେ ଜଳସ୍ତର ବଢିବାରୁ ୧୬ଟି ଗେଟ ଖୋଲି ପାଣି ଛଡ଼ାଯାଉଛି । ଆଜି ସକାଳ ସାଢେ ୮ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିନ୍ତା ବଢିଛି । ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ ୧୦ଟି ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ପରେ ମହାନଦୀରେ ଅଢେଇ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲା-ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁରର ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ନଦୀ ଶଯ୍ୟାକୁ ଗୃହପାଳିତ ପଶୁଙ୍କୁ ନଛାଡିବା ସହ ଲୋକଙ୍କୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଗୋଟିଏ ପଟେ ମହାନଦୀର ଜଳସ୍ତର ବଢୁଥିବା ବେଳେ ଅନ୍ୟପଟେ ବୈତରଣୀ, ବୁଢାଵଳଙ୍ଗ ଓ ଜଳକା ନଦୀ ଫୁଲିବାରେ ଲାଗିଛି । ଜଳକା ନଦୀର ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ମିଟରରେ ପ୍ରବାହିତ ହେଉଛି । ସେପଟେ ବିପଦ ସଙ୍କେତର ସାମାନ୍ୟ ତଳେ ପ୍ରବାହିତ ହେଉଛି ବୈତରଣୀ । ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମିଟର ରହିଥିବା ବେଳେ ଜଳସ୍ତର ୧୮ ଦଶମିକ ୧୭ରହିଛି । ଖରସ୍ରୋତା ନଦୀରେ ବନ୍ୟା ଜଳ ଆସିବାରୁ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଦୁଧେଇ ନାଳରେ ପୋଲ ଭାସିଯାଇଛି । ସେପଟେ ବର୍ଷାଜଳ ନିସ୍କାସନ ବାଲେଶ୍ବରରେ ସହରରେ ଲୋକେ ୩ ଦିନ ହେଲାଣି ସମସ୍ୟା ଭୋଗୁଛନ୍ତି । ଯଦି ବନ୍ୟା ଆସେ ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୧୬ଟି ଗେଟ୍, ମହାନଦୀ ଅବବାହିକାରେ ବଢ଼ିଲା ବନ୍ୟା ଆଶଙ୍କା
ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ପରେ ମହାନଦୀରେ ଅଢେଇ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲା-ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁରର ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।
/kanak/media/media_files/2025/09/05/1-2025-09-05-07-22-22.jpg)