କନକ ବ୍ୟୁରୋ: ପୁଣି ଶୀତଦିନେ ବର୍ଷା । ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଭିଜିବ ଓଡିଶା । ଦକ୍ଷିଣ ଓ ଉପକୂଳଜିଲ୍ଲାଗୁଡିକରେ ବର୍ଷା କ୍ଷତି କରାଇବ । ଆଉ ଏବେଠାରୁ ଚାଷୀଙ୍କ ଉପରେ ପୁଣି ଚଡକ ପଡିଛି ।
- କାଲିଠୁ ପୁଣି ବର୍ଷା!
- ୫ ଜିଲ୍ଲାରେ ପ୍ରବଳ ବର୍ଷିବ
ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ କାଲିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ୨୪ ଓ ୨୫ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୨୪ ତାରିଖରେ ବର୍ଷା
- ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ବର, ବୌଦ୍ଧ, ଯାଜପୁର, କଟକ, ନୟାଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ , ମାଲକାନଗିରି
ପ୍ରବଳ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ
- ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ
୨୫ ତାରିଖରେ ପ୍ରବଳ ବର୍ଷା
- ଗଜପତି, ଗଞ୍ଜାମ
ଆଉ ୨୮ ତାରିଖବେଳକୁ ପଶ୍ଚିମାଝଡ ପ୍ରଭାବରେ ବର୍ଷା ହୋଇପାରେ
- ୨୬ରୁ ପାଗ ଶୁଖିଲା
- ଆଗକୁ ବଢିବ ଶୀତ
ଗତ ସପ୍ତାହରେ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ କାଲିଠୁ ଦୁଇଦିନିଆ ବର୍ଷା ପୁଣି ଚେତାବନୀ ଚାଷୀଙ୍କ ମନରେ ଛନକା ଆଣିଛି । ତେଣୁ ଚାଷୀମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ୨୬ତାରିଖ ପରେ ପାଗ ଶୁଖିଲା ରହିବ । ରାଜ୍ୟରେ ଏବେ ବି ଶୀତ ଲହରୀ ଜାରି ରହିଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବ ତାର ସ୍ପଷ୍ଟ ଚିତ୍ର ଆସିନାହିଁ ।