କନକ ବ୍ୟୁରୋ: ଆଜି କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ପାଣିପାଗର ସୂଚନା ଆଧାରରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ କିନ୍ତୁ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ। ସେପଟେ ଗଜପତି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଥିବା ଯୋଗୁଁ  ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେଣୁ ଗଜପତି ଜିଲ୍ଲାରେ ମଧ୍ୟ ଆଜି ସମସ୍ତ ବିଦ୍ୟାଳୟ ବନ୍ଦ ରହିବ, ଅଙ୍ଗନ୍ ବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି  ଜିଲ୍ଲାପାଳ । ବେଶି କାମ ନ ଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । କଚା ଘରେ ନରହି ପ୍ରଶାସନ ତରଫରୁ କରାଯାଇଥିବା ଆଶ୍ରୟସ୍ଥଳକୁ ଯାଇ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।