କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ କୋରାପୁଟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଫଳରେ ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅନ୍ତର୍ଗତ ତଳମେଟିଂ ରାସ୍ତାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଏହି ଗ୍ରାମାଞ୍ଚଳକୁ ସଂଯୋଗ ରାସ୍ତା ହୋଇଥିବାରୁ ଯାତାୟତରେ ସମସ୍ୟା ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ଗାଁଲୋକ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତାୟାତ ଏକପ୍ରକାର ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେହିପରି ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ସଂଯୋଗ କରୁଥିବା ବୋରିପୁଟ୍ ରାସ୍ତାରେ ପାହାଡ଼ ଉପରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ୨ ଚକିଆ ଯିବା ଆସିବା କରୁଥିବା ବେଳେ ଅଧାବାଟରୁ ଫେରି ଆସିଛି ଲକ୍ଷ୍ମୀ ବସ୍ । ବଡ଼ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
କୋରାପୁଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଅନେକ ସମସ୍ୟା ଉପୁଜିଛି । କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଥିବାବେଳେ ବିଭିନ୍ନ ସ୍ଥାନରେ ରେଳପଥରରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି । କେତେକ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଉ କିଛି ଟ୍ରେନର ଗତିପଥ ବଦଳି ଦିଆଯାଇଛି । କିଛି ନାଇଟ ଏକ୍ସପ୍ରେସ ରାୟଗଡ଼ା ଦେଇ ଯାତାୟାତ କରିବ । ସେହିପରି ବିଶାଖାପାଟଣା, କିରନ୍ଦୁଲ ପାସେଞ୍ଜର ଟ୍ରେନକୁ ଆଜି ଏଵଂ କାଲି ପାଇଁ ବାତିଲ କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/18/rain-2025-08-18-11-44-54.jpg)