କନକବ୍ୟୁରୋ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ବନ୍ୟା ଓ ଭୂସ୍ଖଳନରେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଡେରାଡୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ସହସ୍ତ୍ରଧାରା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏଥିରେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି। ଅଞ୍ଚଳରେ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ କାର୍ ଧୋଇ ଯାଇଥିବା ବେଳେ କିଛି ଦୋକାନଘର ବି ଭାସି ଯାଇଛି । ସୋମବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଟପକେଶ୍ବର ମହାଦେବ ମନ୍ଦିରରେ ପାଣି ଭରିରହିଛି। ତମ୍ସା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ମନ୍ଦିର ପାଣିରେ ବୁଡ଼ି ରହିଛି ।
ପୁଣି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା : ବଢ଼ିଲା ଭୂସ୍ଖଳନ ଆଶଙ୍କା
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ବନ୍ୟା ଓ ଭୂସ୍ଖଳନରେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଡେରାଡୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ସହସ୍ତ୍ରଧାରା ଅଞ୍ଚଳରେ ଭୂସ୍ଖଳନ ହୋଇଛି
/kanak/media/media_files/2025/09/16/12-2025-09-16-09-19-20.jpg)