କନକ ବ୍ୟୁରୋ: ସକାଳେ ରାଜଧାନୀରେ ଡ୍ରେନେଜ୍ ବ୍ୟବସ୍ଥାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ । ଅପରାହ୍ନରେ ପ୍ରବଳ ବର୍ଷାରେ ବୁଡ଼ିଲା ରାସ୍ତା, ଭାସିଲା ଗାଡ଼ି । ଆଜି ସକାଳେ ଡ୍ରେନେଜ ବ୍ୟବସ୍ଥାର ତଦାରଖ କରିଥିଲେ, ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବର୍ଷା କାରଣରୁ ପ୍ରତିବର୍ଷ ଇସ୍କନ ସାମ୍ନାରେ ହେଉଥିବା ନିଷ୍କାସନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ ।
ତେବେ ପ୍ରତିବର୍ଷ ଇସ୍କନ ଠାରେ ପାଣି ଜମୁଛି, ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ଆଜି ଏଥିପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସହରର ବିଭିନ୍ନ ସ୍ଥାନର ଡ୍ରେନେଜ ବ୍ୟବସ୍ଥା ସମୀକ୍ଷା କରିଥିଲେ । କିନ୍ତୁ ଅପରାହ୍ନରେ ବର୍ଷାରେ ଭାସିଲା ଜନପଥ । ରାସ୍ତାରେ ଲହଡି ମାରିଲା ପାଣି ।