କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ଭାବେ ନିର୍ମିତ ଡାଇଭର୍ସନ ରାସ୍ତା । ଫଳରେ ତେଲକୋଇ ଓ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ତେଲକୋଇରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ନିକଟସ୍ଥ ବାଉଁଶଯୋର ନାଳ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି । ତେବେ ନାଳ ଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ଭାଙ୍ଗିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ନାଳ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ ସୁଉଚ୍ଚ ପୋଲ ନିର୍ମାଣରେ ବିଳମ୍ବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଆଜି ସକାଳ ସୁଦ୍ଧା ତେଲକୋଇରେ ୧୦୬ ମିଟର ବର୍ଷା ରେକର୍ଡ଼ ହୋଇଛି । ପୂର୍ବରୁ ମଧ୍ୟ ଡାଇଭର୍ସନ ରାସ୍ତା ଧୋଇଯାଇଥିଲା । ବାରମ୍ବାର ଏଭଳି ଘଟଣା ଘଟିବାରୁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି ।
ତେଲକୋଇରେ ଲଗାଣ ବର୍ଷା ଧୋଇଦେଲା ଅସ୍ଥାୟୀ ରାସ୍ତା, ତେଲକୋଇ ଓ ଜଗମୋହନପୁରକୁ ଯୋଗାଯୋଗ ବିଚ୍ଛିନ୍ନ
ଫଳରେ ତେଲକୋଇ ଓ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ତେଲକୋଇରେ ଦୁଇ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ନିକଟସ୍ଥ ବାଉଁଶଯୋର ନାଳ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି ।
/kanak/media/media_files/2025/07/06/16-2025-07-06-10-55-38.jpg)