କନକବ୍ୟୁରୋ : ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ପରେ ତିନିଦିନ ପାଇଁ ଅଙ୍ଗନବାଡି ଓ ଦିନକ ପାଇଁ ସ୍କୁଲ ବନ୍ଦ   ।   ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି  ।  ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଆଜି, ଆସନ୍ତାକାଲି ଓ ବୁଧବାର ଯାଏ ବନ୍ଦ ରହିବ ।  ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ଆଜି ପାଇଁ ବନ୍ଦ ରହିବ ।  ପାଗରେ ପରିବର୍ତ୍ତନ ଆସିବା ପରେ ଏହି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି  ।