୨୩ରୁ ପ୍ରବଳ ବର୍ଷା: ୧୦୦ କିଲୋମିଟର ବେଗରେ ପବନ

Advertisment

ଅକ୍ଟୋବର ମାସରେ ବାତ୍ୟା ଆସିବା ନେଇ ଚର୍ଚ୍ଚା ଭିତରେ ଆଜି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା। ଯାହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

ଅକ୍ଟୋବର ମାସରେ ବାତ୍ୟା ଆସିବା ନେଇ ଚର୍ଚ୍ଚା ଭିତରେ ଆଜି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା। ଯାହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

qsq

କନକ ବ୍ୟୁରୋ: ଅକ୍ଟୋବର ମାସରେ ବାତ୍ୟା ଆସିବା ନେଇ ଚର୍ଚ୍ଚା ଭିତରେ ଆଜି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଓଡିଶାକୁ ଆସୁଛି ଆଉ ଏକ ବାତ୍ୟା। ଯାହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ବାତ୍ୟାର ରୂପ ନେବ। ଏନେଇ ବୁଲେଟିନ୍ ଜାରି କରିବା ସହ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ୨୨ତାରିଖ ସକାଳୁ ଅବପାତରେ ପରିଣତ ହେବ। ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ।  ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି।  

ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ଲଘୁଚାପର ସମ୍ଭାବ୍ୟ ବାତ୍ୟାର ନାଁ ‘ଦାନା’ ଦଆଯାଇଛି। ଏଥିସହ ବାତ୍ୟାର ଗତି ପଥ ଆକଳନ କରିଛି ପାଣିପାଗ ବିଭାଗ। ଏଥିରୁ ସ୍ପଷ୍ଟ ହେଉଛି ବାତ୍ୟା ଦାନା ଓଡିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଛୁଇଁବା ବେଳକୁ ବଡ ବଳୟ ସହ ଅତିକ୍ରମ କରିବ। ଯାହାର ପ୍ରଭାବ ଉପକୂଳ ଓ ଉତ୍ତର-ଓଡିଶା ଉପରେ ପଡିବ। 

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଓ ୨୫ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୨ରୁ ସମୁଦ୍ର ଅଶାନ୍ତ ରହିବ। ସେହିପରି ୨୩ତାରିଖ ସନ୍ଧ୍ୟାରୁ ଘଂଟାପ୍ରତି ୪୦ରୁ ୪୫ କିଲୋମିଟର ବେଗରେ ପବନ ବହିବ। ୨୪ତାରିଖରୁ ୨୫ ତାରିଖ ସକାଳ ପର୍ୟ୍ୟନ୍ତ ପବନର ବେଗ ସର୍ବାଧିକ ରହିବ। ଘଂଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ। 

ଆସୁଥିବା ବାତ୍ୟାର ପ୍ରଭାବ କେତେ ହେବ ତାହା ସ୍ପଷ୍ଟ ହୋଇନଥିଲେ ବି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାର ମୁକାବିଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe