କନକ ବ୍ୟୁରୋ: ଗୋଟିଏ ପଟେ ମା ଜଗତଜନନୀଙ୍କ ଆଗମନ ପାଇଁ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି । ବନ୍ଧା ହେଲାଣି ତୋରଣ ଓ ମଣ୍ଡପ । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଦୀର୍ଘ ମିଆଦି ଆକଳନ କହୁଛି, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ଅସନ୍ତା ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
- ବର୍ଷାରେ ଭିଜିପାରେ ପୂଜା
- ଦଶହରାରେ ନିର୍ଦ୍ଧୁମ ଛେଚିବ !
ଆଗକୁ ଯଦି ଲଘୁଚାପ ସୃଷ୍ଟି ହେଉଛି ଏହାର ଗତି ଓ ପ୍ରଭାବ କେଉଁ ଅଞ୍ଚଳରେ ରହିବ ତାହା ସ୍ପଟ୍ ହେବ । ତେବେ ଏହି ଲଘୁଚାପ ଅକ୍ଟୋବର ମାସରେ ସୃଷ୍ଟି ହେବାକୁ ଯାଉଥିବାରୁ ଅଧିକ ଘନିଘୂତ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି । ତେବେ ବର୍ଷା ହେଲେ ବି ଆୟୋଜକ ପୂରା ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପୂଜା କମିଟି କର୍ତ୍ତୃପକ୍ଷ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ବର୍ଷା ହେବାର ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେପଟେ ଦେଶରେ କିଛି କିଛି ସ୍ଥାନରେ ମୈାସୁମି ଅପସାରଣ ପ୍ରକ୍ରିୟା ଆରମ୍ଭ ହେଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/N06oMz7IwjF51gJc1PQl.jpg)