ଏବେବି କମିନି ବର୍ଷା କୋପ: ଘରୁ ଶୁଖୁନି ପାହାଡ଼ୀ ପାଣି, ଉଜୁଡ଼ିଗଲା ମକା ଆଉ ଧାନ ଫସଲ

Advertisment

ଦୁଇ ଦିନ ତଳୁ ଛାଡ଼ିଲାଣି ବର୍ଷା ।  ଏବେ ବି ଶୁଖୁନି ଘର ।  ମୋହନାରେ ଘରେ ସୃଷ୍ଟି ହୋଇଛି ଝର । ପାଣି କାଢ଼ିବାରେ ବ୍ୟସ୍ତ ମୋହନାର ପ୍ରଭାବିତ ପରିବାର । ସେପଟେ ମକା ଓ ଧାନ ଫସଲ ବି ନଷ୍ଟ । 

ଦୁଇ ଦିନ ତଳୁ ଛାଡ଼ିଲାଣି ବର୍ଷା ।  ଏବେ ବି ଶୁଖୁନି ଘର ।  ମୋହନାରେ ଘରେ ସୃଷ୍ଟି ହୋଇଛି ଝର । ପାଣି କାଢ଼ିବାରେ ବ୍ୟସ୍ତ ମୋହନାର ପ୍ରଭାବିତ ପରିବାର । ସେପଟେ ମକା ଓ ଧାନ ଫସଲ ବି ନଷ୍ଟ । 

Mohana

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ଗତ ୧ ଓ ୨ ତାରିଖରେ ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଛି । କୋଉଠି ଭୂସ୍ଖଳନ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ତ ଆଉ କେଉଁଠି ପୋଲ ଭସାଇ ନେଇଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ଧୋଇଯିବା ସହ ଘର ଭାଙ୍ଗିବା ଓ ବ୍ୟାପକ ଫସଲ କ୍ଷୟକ୍ଷତି ହେବା ଭଳି ଚିତ୍ର ସାମ୍ନାକୁ ଆସିଛି ।  

ମୋହନା ବ୍ଲକର ଦୁର୍ଗମ ଗୁଲୁବା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି କରିଛି ଲଘୁଚାପ ଲଗାଣ ବର୍ଷା । ରାମଗୁଡ଼ା ଗାଁରେ ୮ ଜଣଙ୍କ ଘର ଭାଙ୍ଗିଛି। ଘରେ ପାହାଡ଼ି ପାଣି ପସିବାରୁ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଘର ଦବି ଯାଇଛି । ଘର ଭିତରୁ ଏବେ ବି ପାଣି ବାହାରୁଛି । କିଛି ଲୋକଙ୍କ ଘରେ ଝର ସୃଷ୍ଟି ହୋଇଛି । ପାଣି ନିଷ୍କାସନ ପାଇଁ ଅହରହ ଉଦ୍ୟମ କରୁଛନ୍ତି ପ୍ରଭାବିତ ପରିବାର। ଏଠି ଏକପ୍ରକାର ଜୀବନ ଦୁର୍ବିସହ ହୋଇପଡିଛି । 
 
ଅଙ୍ଗନବାଡ଼ି କର୍ମୀ ଏଷ୍ଟର ମଳିକଙ୍କ ଘରେ ପାଣି ପଶି ଗର୍ଭବତୀ ଓ ଶିଶୁଙ୍କ ରେଜିଷ୍ଟର ଭାସି ଯାଇଛି । କାପିଲପାଜୁ, ଗାଲିମେରା ଗାଁରେ ବି ସମାନ ଅବସ୍ଥା । ବହୁ ଲୋକଙ୍କ ଘର ଭାଙ୍ଗିବା ସହ ମକା ଓ ଧାନ ଫସଲ ନଷ୍ଟ ହୋଇଛି । ଲୋକେ ଦହଗଞ୍ଜ ହେଉଥିବା ବେଳେ ପ୍ରଭାବିତଙ୍କ ପାଖରେ ପହଞ୍ଚିପାରିନି ପ୍ରଶାସନ । ସେପଟେ ବିଡିଓ କହିଛନ୍ତି, ପିଇଓଙ୍କ ଜରିଆରେ ସର୍ଭେ କରି ସହୟତା ଯୋଗାଇ ଦିଆଯିବ । ଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe