ଅସରାଏ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର, ବର୍ଷା ଯୋଗୁଁ ଟ୍ରାଫିକ୍ ଜାମ୍, ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚର ପାଣି

ସହରରେ ଡ୍ରେନେଜ୍ ସିଷ୍ଟମରେ ସୁଧାର ଆଣିବାକୁ ବିଏମସି ଅନେକ ବ୍ୟବସ୍ଥା କଥା କହୁଥିବା ବେଳେ ସବୁ କିଛି ଆଜି ଆଖି ସାମ୍ନାରେ ଜଳଜଳ ଦେଖାଯାଉଛି । ଅସରାଏ ବର୍ଷା ପରେ ସ୍ଥିତି ଏପରି ହେଉଛି ରାସ୍ତାରେ ଯିବା ମୁସକିଲ୍ ହୋଇପଡୁଛି ।

22

କନକ ବ୍ୟୁରୋ : ରାସ୍ତାରେ ନଦୀର ଭ୍ରମ । ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ମାତ୍ର କେଇ ଘଣ୍ଟାର ବର୍ଷାରେ ରାଜଧାନୀରେ ଏଭଳି ସ୍ଥିତି । ସକାଳୁ ପାଗ ଭଲ ଥିଲେ ବି ଦ୍ବିପ୍ରହରରେ ଅଚାନକ ମାଡ଼ି ଆସିଥିଲା ବର୍ଷା । ପ୍ରାୟ ଘଣ୍ଟାଏ କାଳ ନିର୍ଧୁମ୍ ଛେଚିଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମିବା ଫଳରେ ଉପୁଜିଥିଲା ଟ୍ରାଫିକ୍ ସମସ୍ୟା । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସିଥିଲେ ଲୋକ । 

ସହରରେ ଡ୍ରେନେଜ୍ ସିଷ୍ଟମରେ ସୁଧାର ଆଣିବାକୁ ବିଏମସି ଅନେକ ବ୍ୟବସ୍ଥା କଥା କହୁଥିବା ବେଳେ ସବୁ କିଛି ଆଜି ଆଖି ସାମ୍ନାରେ ଜଳଜଳ ଦେଖାଯାଉଛି । ଅସରାଏ ବର୍ଷା ପରେ ସ୍ଥିତି ଏପରି ହେଉଛି ରାସ୍ତାରେ ଯିବା ମୁସକିଲ୍ ହୋଇପଡୁଛି । ଗଳି ରାସ୍ତା କଥା ଛାଡ଼ନ୍ତୁ, ମୁଖ୍ୟ ରାସ୍ତାରେ ବି ଜଳବନ୍ଦୀ ସ୍ଥିତି ଲାଗି ରହୁଛି । ଆଉ ଖାଲଖମା ଭର୍ତ୍ତି ରାସ୍ତାରେ ପାଣି ଜମିଲେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଯା ଆସ କରୁଛି ଗାଡ଼ି ମୋଟର । 

ସହରରେ କେବେ ହେବ ଡ୍ରେନେଜ୍ ସମସ୍ୟାର ସମାଧାନ । ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ସିଷ୍ଟମ ରହିଥିଲେ ବି ସବୁ ଫେଲ୍ ମାରିଥିବା ଅଭିଯୋଗ ହୋଇଛି । ବିଏମସି ଏଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe