କନକ ବ୍ୟୁରୋ : ହରିଶଙ୍କରର ପାହାଡ଼ ଶିଖରରେ ପ୍ରବଳ ବର୍ଷା ପରେ ଖସିଲା ମାଟି ଅତଡ଼ା । ପାହାଡ଼ ଶିଖରରୁ ଅତଡ଼ା ସହିତ ମାଟି , ବାଲି ଓ ପ୍ରବଳ ପାଣି ପାଇଁ ବନ୍ୟା ପରିସ୍ଥିତି ଉପୁଜି ଥିଲା । ମୂଷଳ ଧାରାରେ ପାହାଡ଼ରୁ ପାଣି ସ୍ରୋତ ବହି ଆସୁଥିଲା । ଶ୍ରାବଣ ମାସ ଚାଲିଥିବାରୁ ରବିବାର ଓ ସୋମବାର ଏଠାରେ ଭକ୍ତଙ୍କ ପ୍ରବଳ ଭକ୍ତଙ୍କ ସମାଗମ ମିଳେ । କିନ୍ତୁ ସୌଭାଗ୍ୟବଶତଃ ଭକ୍ତଙ୍କ ସମାଗମ ନଥିବାରୁ କିଛି ବଡ଼ଧରଣର ବିପଦ ଘଟିନାହିଁ । ଏପଟେ ବ୍ରାହ୍ମଣୀ ନଦୀରେ ବନ୍ୟା ଯୋଗୁଁ ନଦୀକୂଳିଆ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ୮ ଦିନ ହେବ ରାଜନଗର ବ୍ଲକର ୫ଟି ପଞ୍ଚାୟତର ଲୋକ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛନ୍ତି । ଚାରିଆଡ଼େ ପାଣି ହିଁ ପାଣି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ହୁଲି ଡଙ୍ଗାର ବ୍ୟବହାର କରାଯାଉଛି । ତେବେ ସପ୍ତାହେ ପରେ ବି ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଁଚି ନଥିବା ଅଭିଯୋଗ କରାଯାଇଛି।
ଏପଟେ ବାଜିଲା ଖବର, ତତ୍ପର ହେଲା ପ୍ରଶାସନ । ଯାଜପୁର ବରୀରେ ବନ୍ୟାପାଣିରେ ବୁଡ଼ି ରହିଥିବା ଚାଷ ଜମି ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ । ଲଗାଣ ବର୍ଷା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବାରୁ ବରୀ ବ୍ଲକର ୨୯ ଟି ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇରହିଛି । ଧାନ ସହ ଅନ୍ୟ ପନିପରିବା ଚାଷଗୁଡ଼ିକ ପାଣିଘେରରେ ରହି ପଚିବାକୁ ବସିଛି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବିଧାୟକ ପଞ୍ଚାୟତ ପଞ୍ଚାୟତ ବୁଲି ବନ୍ୟାସ୍ଥିତିର ଆକଳନ କରିଛନ୍ତି । ଖୁବଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ବିଧାୟକ ଆଲୋଚନା କରିଛନ୍ତି ।
ହରିଶଙ୍କରର ପାହାଡ଼ ଶିଖରରୁ ଖସିଲା ମାଟି ଅତଡ଼ା : ଟଳିଲା ବଡ଼ ଧରଣର ଅଘଟଣ
ଶ୍ରାବଣ ମାସ ଚାଲିଥିବାରୁ ରବିବାର ଓ ସୋମବାର ଏଠାରେ ଭକ୍ତଙ୍କ ପ୍ରବଳ ଭକ୍ତଙ୍କ ସମାଗମ ମିଳେ । କିନ୍ତୁ ସୌଭାଗ୍ୟବଶତଃ ଭକ୍ତଙ୍କ ସମାଗମ ନଥିବାରୁ କିଛି ବଡ଼ଧରଣର ବିପଦ ଘଟିନାହିଁ ।
/kanak/media/media_files/2025/07/20/water-2025-07-20-09-22-34.jpg)