କନକ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ବୁଡ଼ିଛି ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମନ୍ଦିର । ପାହାଡ଼ରୁ ପାଣି ମାଡ଼ି ଆସିବା ଫଳରେ ମନ୍ଦିର ଭିତରେ ୭ ଫୁଟରୁ ଅଧିକ ଉଚ୍ଚର ପାଣି ଚାଲିଛି। ପାଣିର ବେଗ ପ୍ରଖର ଥିବାରୁ ତାହା ଜଳପ୍ରପାତର ଭ୍ରମ ସୃଷ୍ଟି କରୁଛି ।
ତେବେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ଫଳରେ ଏହି ସ୍ଥାନ ଏବେ ବିପଦପୂର୍ଣ୍ଣ ଥିବାରୁ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ତିନି ଦିନ ଫାଟକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ମନ୍ଦିରରେ ପ୍ରଖର ସ୍ରୋତ ଚାଲିଥିବାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାବାଙ୍କ ଲିଙ୍ଗ ସ୍ପର୍ଶ ମଧ୍ୟ ବନ୍ଦ ରଖାଯାଛି ବୋଲି କହିଛି ପଞ୍ଚଲିଙ୍ଗେଶ୍ୱର ଟ୍ରଷ୍ଟ ବୋର୍ଡ କମିଟି।