କନକ ବ୍ୟୁରୋ : ବାଲିଗୁଡ଼ାରେ ପୁଣି ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ପାହାଡ଼ ଉପରୁ ପ୍ରବଳ ଜଳସ୍ରୋତ ବହିବା ଯୋଗୁଁ ମରାମତି କାର୍ଯ୍ୟରେ ଯଦିଓ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସୁରକ୍ଷା ପାଇଁ ଦିଆଯାଇଥିବା ବାଲି ବସ୍ତା ପ୍ରବଳ ଜଳସ୍ରୋତରେ ଭାସି ଯାଇଛି । ବର୍ଷା ସତ୍ତ୍ୱେ ମଧ୍ୟ କିଛି ସମୟ କାର୍ଯ୍ୟ ବନ୍ଦ ରହୁଥିବା ବେଳେ ବର୍ଷା ଛାଡ଼ିବା ପରେ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳୁଛି । କଂକ୍ରିଟ ଉପରେ ଲୁହା ରଡ୍‌ ବିଛା ଯାଇ ଦେଢ଼ ଫୁଟ୍ କଂକ୍ରିଟ ଢଳେଇ କରାଯାଉଛି । ଯେମିତି କାମଟି ଭଲ ହେବା ସହ ବର୍ଷାରେ କୌଣସି କ୍ଷତି ହେବ ନାହିଁ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ଖୁବଶୀଘ୍ର କାର୍ଯ୍ୟ ସରିବା ପରେ କଳିଙ୍ଗା ଘାଟିରେ ପୁନର୍ବାର ଯାନବାହନ ଯାତାୟତ କରିବା ନେଇ ଆଶା ରଖିଛନ୍ତି ବିଭାଗୀୟ ଅଧିକାରୀ ଓ ଜନ ସାଧାରଣ ।

Advertisment