ମାର୍ଚ୍ଚ ଆରମ୍ଭରୁ ଟିଟିଲାଗଡ଼ ସହରରେ ପ୍ରବଳ ତାତି: ସକାଳ ୧୧ଟାରୁ ଘରୁ ବାହାରିବା ମୁସ୍କିଲ୍

Advertisment

ମାର୍ଚ୍ଚ ଆରମ୍ଭରୁ ତାତିରେ ହନ୍ତସନ୍ତ ହଉଛି ଓଡ଼ିଶା। ଟିଟିଲାଗଡରେ ଏବେଠୁ ଅସମ୍ଭାଳ ଗରମ ଅନୁଭୁତ ହେଉଛି। ସକାଳ ୧୧ଟାରୁ ଖରା ପାଇଁ ରାସ୍ତାଘାଟ ଖାଲି ହୋଇଯାଉଛି। ସେଥିରେ ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଠ ହୋଇପଡ଼ିଛନ୍ତି ଟିଟିଲାଗଡ଼ବାସୀ। 

ମାର୍ଚ୍ଚ ଆରମ୍ଭରୁ ତାତିରେ ହନ୍ତସନ୍ତ ହଉଛି ଓଡ଼ିଶା। ଟିଟିଲାଗଡରେ ଏବେଠୁ ଅସମ୍ଭାଳ ଗରମ ଅନୁଭୁତ ହେଉଛି। ସକାଳ ୧୧ଟାରୁ ଖରା ପାଇଁ ରାସ୍ତାଘାଟ ଖାଲି ହୋଇଯାଉଛି। ସେଥିରେ ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଠ ହୋଇପଡ଼ିଛନ୍ତି ଟିଟିଲାଗଡ଼ବାସୀ। 

titlagarh

Photograph: (kanak news)

କନକ ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ତାତିରେ ହନ୍ତସନ୍ତ ହଉଛି ଓଡ଼ିଶା। ଟିଟିଲାଗଡରେ ଏବେଠୁ ଅସମ୍ଭାଳ ଗରମ ଅନୁଭୁତ ହେଉଛି। ସକାଳ ୧୧ଟାରୁ ଖରା ପାଇଁ ରାସ୍ତାଘାଟ ଖାଲି ହୋଇଯାଉଛି। ସେଥିରେ ବାରମ୍ବାର ବିଦ୍ୟୁତ କାଟରେ ଅତିଷ୍ଠ ହୋଇପଡ଼ିଛନ୍ତି ଟିଟିଲାଗଡ଼ବାସୀ। 

ପ୍ରାୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି। ଟିଟିଲାଗଡ଼ ତାତି କଥା ନକହିବା ଭଲ। ମାର୍ଚ୍ଚ ୧ରେ ୩୮.୫ ଡିଗ୍ରୀ ସହ ଟିଟିଲାଗଡ଼ ଦେଶର ସବୁଠୁ ଉତ୍ତପ୍ତ ସହର ଥିଲା। ପ୍ରାୟ ୩ ଦିନ ହେଲାଣି ଉପରମୁହାଁ ହୋଇଛି ପାରଦ। ଦିନର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। 

ଟିଟିଲାଗଡ଼ ସହର ଆଖପାଖରେ ରହିଛି ବିନା ଗଛର ପାହାଡ଼। ଏହାସହ ଅନେକ ସ୍ଥାନରେ ଇଟାଭାଟି ରହିଛି। ଇଟା ପୋଡ଼ିବା ଯୋଗୁଁ ତାପମାତ୍ରା ଅଧିକ ରହୁଥିବା ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। 

ତେବେ ତାତିରୁ ତ୍ରାହୀ ପାଇଁ ପ୍ରଶାସନ ପକ୍ଷରୁ କିଛି ପ୍ରସ୍ତୁତି କରାଯାଇନାହିଁ। ଆଗାମୀ ଦିନରେ ଜଳଛତ୍ର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe