ମାର୍ଚ୍ଚରୁ ମେ’ ତାଉ ଦେଖାଇବ ତାତି: ଅସହ୍ୟ ଗୁଳୁଗୁଳିରୁ କେହି ପାରିବେନି ବର୍ତ୍ତି

୩ ମାସ ତତଲା ତାୱାରେ ଭାଜିହେବ ଓଡ଼ିଶା। ମାର୍ଚ୍ଚରୁ ମେ, ଅସହ୍ୟ ଗୁଳୁଗୁଳି ଅସମ୍ଭାଳ ଯନ୍ତ୍ରଣା ଦେବ। ଚଳିତବର୍ଷ ରେକର୍ଡ ବ୍ରେକ୍ କରିବ ଖରା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଭିତରେ ଆଜି ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା କିଛି ସେଭଳି ସଂକେତ ଦେଲାଣି। 

7PM1heat

Photograph: (kanak news)

କନକ ବ୍ୟୁରୋ: ୩ ମାସ ତତଲା ତାୱାରେ ଭାଜିହେବ ଓଡ଼ିଶା। ମାର୍ଚ୍ଚରୁ ମେ, ଅସହ୍ୟ ଗୁଳୁଗୁଳି ଅସମ୍ଭାଳ ଯନ୍ତ୍ରଣା ଦେବ। ଚଳିତବର୍ଷ ରେକର୍ଡ ବ୍ରେକ୍ କରିବ ଖରା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଭିତରେ ଆଜି ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା କିଛି ସେଭଳି ସଂକେତ ଦେଲାଣି। 

ଅସମ୍ଭାଳ ତାତି, ଅସହ୍ୟ ଗୁଳୁଗୁଳି। ଆକାଶରୁ ହେବ ଅଗ୍ନିବର୍ଷା। ଟାଏଁ ଟାଏଁ ଖରାରେ ସିଝିବେ ଲୋକେ। ଚୈତ୍ରରୁ ଆରମ୍ଭ କରି ଜ୍ୟେଷ୍ଠ ପର୍ୟ୍ୟନ୍ତ ରାଜୁତି କରିବ ତାତି। ଅଥାର୍ତ ମାର୍ଚ୍ଚରୁ ମେ ପର୍ୟ୍ୟନ୍ତ ଖରାରେ କଲବଲ ହେବ ଓଡ଼ିଶା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଅବଧି ଭିତରେ ସାରା ଦେଶରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ଅନୁଭୂତ ହେବ। ଖରାଦିନେ ଗ୍ରୀଷ୍ମ ଲହରୀ ଅବଧି ବଢିବ, ଯାହା ଓଡ଼ିଶାର ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। 

ଆଇଏମଡିର ତଥ୍ୟ ଅନୁସାରେ, ୧୨୪ ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଫେବ୍ରୁଆରୀ ମାସର ତାତି। ଦେଶରେ ଫେବ୍ରୁଆରୀ ମାସର ହାରାହାରି ସର୍ବୋଚ୍ଚ ତାପମାତ୍ରା ୨୨ଡିଗ୍ରୀରୁ ଅଧିକ ରହିଛି ଓ ସର୍ବନିମ୍ନ ତାପମାତ୍ରା ହାରାହାରି ୧୫ ଡିଗ୍ରୀ ରହିଛି। ସାରା ଦେଶରେ ୨୦୨୪ରେ ତାପମାତ୍ରା ରେକର୍ଡ ବ୍ରେକ କରିଥିଲା। କିନ୍ତୁ ଗତବର୍ଷ ତୁଳନାରେ ଚଳିତବର୍ଷ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଗତବର୍ଷ ଏଲ ନିନୋ ସକ୍ରିୟ ଥିବାରୁ ଚଳିତ ବର୍ଷ ପ୍ରବଳ ଖରା ହେବ ବୋଲି ଅନୁମାନ କରାଯାଉଛି। 

ପ୍ରତିବର୍ଷ ବଢ଼ୁଥିବା ସହରୀକରଣ, କଂକ୍ରିଟ ଜଙ୍ଗଲ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ସମ୍ବଲପୁର, ରାଉରକେଲାର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଯାହା ସାଧାରଣ ଲୋକଙ୍କୁ ଏବେଠୁ ଡରାଇଲାଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe