ଭୀଷଣ କୁହୁଡି: ଟ୍ବିନ ସିଟିରେ ମୁହଁକୁ ମୁହଁ ଦେଖାଯାଉନି

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଟ୍ବିନ ସିଟିରେ ଶହେ ମିଟର ପର୍ୟ୍ୟନ୍ତ ଦେଖାଗଲାନି ରାସ୍ତା  । ଯାତାୟତ ବାଧାପ୍ରାପ୍ତ। ଆସନ୍ତାକାଲିଠୁ କମିବ ଶୀତ । ୨ରୁ ୪ଡିଗ୍ରୀ ବଢ଼ିବ ତାପମାତ୍ରା ।

18fog

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି । ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଛି । ଶହେ ମିଟର ପର୍ୟ୍ୟନ୍ତ ଦେଖାଯାଉନି ରାସ୍ତା। ଫଳରେ ସକାଳେ ଯାତାୟତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ି ଚଳାଚଳରେ ବ୍ୟାହତ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ରାଜ୍ୟରେ ଘନକୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠୁ କମିବ ଶୀତ । ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବ ରାତି ତାପମାତ୍ରା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡି ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe