କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି । ଟ୍ବିନ୍ସିଟି ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଛି । ଶହେ ମିଟର ପର୍ୟ୍ୟନ୍ତ ଦେଖାଯାଉନି ରାସ୍ତା। ଫଳରେ ସକାଳେ ଯାତାୟତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡ଼ି ଚଳାଚଳରେ ବ୍ୟାହତ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ରାଜ୍ୟରେ ଘନକୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ମଧ୍ୟ ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲିଠୁ କମିବ ଶୀତ । ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବ ରାତି ତାପମାତ୍ରା । କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡି ହୋଇପାରେ ।