ବନ୍ୟାପାଣିରେ ଧୋଇଗଲା ଫସଲ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

Advertisment

କେନ୍ଦ୍ରାପଡ଼ା ଆଳି ବ୍ଲକରେ ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବଢ଼ି ପାଣିର ପ୍ରଭାବ । ପାଣିରେ ଧୋଇଗଲା ଫସଲ । ୧୦ଟି ପଞ୍ଚାୟତର ଶତାଧିକ ଚାଷୀ କ୍ଷତିଗ୍ରସ୍ତ ।

କେନ୍ଦ୍ରାପଡ଼ା ଆଳି ବ୍ଲକରେ ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବଢ଼ି ପାଣିର ପ୍ରଭାବ । ପାଣିରେ ଧୋଇଗଲା ଫସଲ । ୧୦ଟି ପଞ୍ଚାୟତର ଶତାଧିକ ଚାଷୀ କ୍ଷତିଗ୍ରସ୍ତ ।

36-Flood Kendrapara

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଛି । ଆଳି ବ୍ଲକରେ ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଧୋଇଗଲା ବର୍ଷକର ଫସଲ । ବିଶେଷ କରି ଗୋବିନ୍ଦପୁର, ପେତପଡ଼ା, ଜୁଆଣିଆ, ଡିମିରିପାଳ, ଅର୍ଗଳ, ସଂସିଧା, କେତୁଆପାଳ, ଦେ ସାହି, ଏରଡଙ୍ଗ ଓ ପାଳିମି ଆଦି ୧୦ଟି ପଞ୍ଚାୟତର ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ବନ୍ୟା ସେସବୁ ଉଜାଡ଼ି ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । 

ଏଠାରେ ୪ ଥର ବନ୍ୟା ଆସିବା ପରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି । ଏଠାରେ ଲୋକମାନେ ଚାଷ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ସ୍ଥାନୀୟ ଚାଷୀମାନେ କହିଛନ୍ତି ଯେ ସୋସାଇଟିରୁ ଋଣ କର ଚାଷ କରିଥିଲୁ । କିନ୍ତୁ ଋଣ ପରିଶୋଧ କରିବା ସମ୍ଭବ ଲାଗୁନି । ସରକାର ଆମ ଚାଷୀ ଋଣ ଛାଡ଼ କରନ୍ତୁ । ସେହିଭଳି ଆଉଜଣେ ଚାଷୀ କହିଛନ୍ତି ଯେ, ତିନି ତିନିଥର ତଳି ପକାଇଥିଲୁ । ସବୁ ପଚିଗଲା, ଏବେ ଆଉ କିଛି କରିପାରିବୁନି । ସରକାର ଏବେ ଆମକୁ ସରକାରୀ ସହାୟତା ନମିଳିଲେ ଆଉ ଚାଷ କରିପାରିବୁ ନାହଁ । ଜମିରେ ଗୋଟିଏ ବି ଧାନ ଗଛ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe