କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଲୁହ ଦେଇଛି । ଆଳି ବ୍ଲକରେ ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଧୋଇଗଲା ବର୍ଷକର ଫସଲ । ବିଶେଷ କରି ଗୋବିନ୍ଦପୁର, ପେତପଡ଼ା, ଜୁଆଣିଆ, ଡିମିରିପାଳ, ଅର୍ଗଳ, ସଂସିଧା, କେତୁଆପାଳ, ଦେ ସାହି, ଏରଡଙ୍ଗ ଓ ପାଳିମି ଆଦି ୧୦ଟି ପଞ୍ଚାୟତର ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାର କରଜ କରି ଚାଷୀ ଚାଷ କରିଥିବା ବେଳେ ବନ୍ୟା ସେସବୁ ଉଜାଡ଼ି ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।
ଏଠାରେ ୪ ଥର ବନ୍ୟା ଆସିବା ପରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି । ଏଠାରେ ଲୋକମାନେ ଚାଷ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ସ୍ଥାନୀୟ ଚାଷୀମାନେ କହିଛନ୍ତି ଯେ ସୋସାଇଟିରୁ ଋଣ କର ଚାଷ କରିଥିଲୁ । କିନ୍ତୁ ଋଣ ପରିଶୋଧ କରିବା ସମ୍ଭବ ଲାଗୁନି । ସରକାର ଆମ ଚାଷୀ ଋଣ ଛାଡ଼ କରନ୍ତୁ । ସେହିଭଳି ଆଉଜଣେ ଚାଷୀ କହିଛନ୍ତି ଯେ, ତିନି ତିନିଥର ତଳି ପକାଇଥିଲୁ । ସବୁ ପଚିଗଲା, ଏବେ ଆଉ କିଛି କରିପାରିବୁନି । ସରକାର ଏବେ ଆମକୁ ସରକାରୀ ସହାୟତା ନମିଳିଲେ ଆଉ ଚାଷ କରିପାରିବୁ ନାହଁ । ଜମିରେ ଗୋଟିଏ ବି ଧାନ ଗଛ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/16/36-flood-kendrapara-2025-09-16-11-44-03.jpg)