କନକ ବ୍ୟୁରୋ : ନିଜକୁ ବିଶ୍ବର ଧନୀ ରାଷ୍ଟ୍ର ବୋଲି କହୁଥିବା ଆମେରିକା ବି ଅସହାୟ । ପ୍ରକୃତିର ପ୍ରକୋପ ଆଗରେ ଅତି ଅସହାୟ ଆମେରିକା । ଭୀଷଣ ବନ୍ୟାରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକଙ୍କ ପତ୍ତା ମିଳୁନି । ଏହାସହ ଲୋକ ବାସହୀନ ହୋଇପଡ଼ିଛନ୍ତି ।

Advertisment

USa-2

ଆମେରିକାର ୨ ରାଜ୍ୟ ଟେକ୍ସାସ୍ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟା ପାଣିରେ ବୁଡ଼ିଛି । ମାସ ମାସକର ବର୍ଷା କିଛି ମାତ୍ର ଘଣ୍ଟାରେ ହୋଇଛି । ଫଳରେ ଏଠାରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗ୍ବାଡାଲୁପ୍ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ୯୦ ମିନିଟରେ ଏହି ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ହୋଇଗଲା ।

USA-3

ଏଯାଏଁ ମିଳିଥିବା ସୂଚନା ଅନୁସାରେ, ବନ୍ୟାରେ ପାଖାପାଖି ୨୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଅନେକ ଲୋକଙ୍କ ଘର ପାଣିରେ ବୁଡ଼ିଯିବାରୁ ଲୋକେ ଘର ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି ।  ନିଜକୁ ସବୁଠୁ ଆଗୁଆ ରାଷ୍ଟ୍ର ପ୍ରକୃତି ଆଗରେ ଯେ କେତେ ଅସହାୟ ଏସବୁ ଦୃଶ୍ୟ ଦେଖିଲେ ସ୍ପଷ୍ଟ ହୁଏ ।

usa-5