କନକ ବ୍ୟୁରୋ : ଶାଢ଼ୀ ହେଉ ଡ୍ରେସ୍ କପଡା ବା ବିଛଣା ଚାଦର ସବୁବେଳେ ଟ୍ରେଣ୍ତରେ ରହିଛି । ଘରେ ଘରେ ପରିଚିତ ବାଟିକ୍ ପ୍ରିଣ୍ଟ ଶାଢୀ ଓ ଡ୍ରେସ୍ । ହାତ ବୁଣା ସୂତା ବେଶ୍ ନରମ ଓ ଦୀର୍ଘସ୍ଥାୟୀ । ତା ସାଙ୍ଗକୁ କଲର କମ୍ୱିନେସନ୍ ବେଶ୍ ଆକର୍ଷଣୀୟ ଲାଗୁଛି । ଯଦିଓ ଏହାର ସୀମିତ ଡିଜାଇନ୍ ରହିଥାଏ, କିନ୍ତୁ ଏହାର ଚାହିଦା ଢ଼େର । ହେଲେ ବାଟିକ୍ ପ୍ରିଣ୍ଟ ଶାଢ଼ି କିଣିବାକୁ ମହିଳା ବେଶୀ ଆଗ୍ରହୀ ।
ଡ୍ରେସ୍ କପଡ଼ା, ପଞ୍ଜାବୀ, ସିଲ୍କ, ଟସର ଓ ସୂତାରେ ବୁଣା ବାଟିକ ଶାଢ଼ିର ସ୍ଵତନ୍ତ୍ର ପରିଚୟ ରହିଛି । ଉନ୍ନତ ମାନର ସୂତା ଓ ହାତ ବୁଣା ପାଇଁ ଏହାର ଦାମ୍ ଅଧିକ ରହିଥାଏ । ବାଟିକ୍ ସୂତା ଶାଢ଼ି ୯ଶହ ଟଙ୍କା , ସିଲ୍କ୍ ଶାଢ଼ିର ଦାମ୍ ୫ ହଜାର ଉପରେ ରହିଥିବା ବେଳେ, ଚାଦରର ଦାମ୍ ୨ ହଜାରରୁ ୨୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/20/34-2025-08-20-19-16-21.jpg)