କନକ ବ୍ୟୁରୋ: ପଞ୍ଚକର ପ୍ରଥମ ଦିନ ସହ ରବିବାର ଥିବାରୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି । ବ୍ୟାରିକେଡ୍ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କଲେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ବ୍ୟାରିକେଡ୍‌ରେ ଲମ୍ବା ଲାଇନ୍‌ରେ ଶ୍ରଦ୍ଧାଳୁ । ସକାଳୁ ସଂଧ୍ୟା ଯାଏଁ କମିଲାନି ଗହଳି । ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବା ପରେ ଅସମ୍ଭାଳ ହୋଇଥିଲା ପରିସ୍ଥିତି । କିଛି ଶ୍ରଦ୍ଧାଳୁ ଅସୁସ୍ଥ ଅନୁଭବ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି । 

Advertisment

ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ । ଦର୍ଶନ ସମୟରେ ତରବର ନହୋଇ ମନ୍ଦିର ପ୍ରଶାସନ ପକ୍ଷରୁ ଯାହା ବ୍ୟବସ୍ଥା ହୋଇଛି ସହଯୋଗ କରିବାକୁ ଭକ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହ କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଓ ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । 

ପଞ୍ଚକ ପାଇଁ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ରହିଛି । ସେହିପରି ଅନ୍ୟ ୩ ଦ୍ବାରରେ ଭକ୍ତମାନେ ପ୍ରସ୍ଥାନ କରିବେ । ସେବକମାନେ ସବୁ ଦ୍ଵାରରେ ପ୍ରବେଶ ଓ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି ।