କନକ ବ୍ୟୁରୋ : ସାବିତ୍ରୀ ପୂଜା ପାଇଁ ଖୁବ୍‌ ଚଳଚଞ୍ଚଳ ବଜାର ହାଟ । ଲୁଗା ଦୋକାନରୁ ଫଳ ଦୋକାନ ସବୁଠି ନାହିଁ ନଥିବା ଭିଡ଼ । କୁଚିଣ୍ଡା ମୁଖ୍ୟାଳୟରେ ଲାଗିଛି ସାବିତ୍ରୀ ବଜାର। ଭଳିକି ଭଳି ଜଙ୍ଗଲୀ ଫଳର ପସରା ମେଲାଇ ବସିଛନ୍ତି ବ୍ୟବୟାସୀ। ଫଳ ସହ ଚାର, କେନ୍ଦୁ, ଜାମୁ, କୁସୁମ, ଖଜୁରୀ ଭଳି ଅନେକ ପ୍ରକାର ଫଳମୁଳ କିଣି ନେଉଛନ୍ତି ଗ୍ରାହକ । ଦରଦାମ ଅଧିକ ଥିବାରୁ ଗ୍ରାହାକ ଅସନ୍ତୋଷ ଥିବା ବେଳେ ଚଢ଼ା ଦରରେ କିଣି ଅଳ୍ପ ଲାଭରେ ବିକୁଥିବା କହିଛନ୍ତି ଫଳ ବେପାରୀ । 

Advertisment

 କଟକ ନିଆଳିରେ ମଧ୍ୟ ଗ୍ରାହକଙ୍କ ନାହିଁ ନଥିବା ଭିଡ଼ । ହେଲେ ଦର ଦାମ ଶୁଣି ହୋସ ଉଡ଼ିଯାଉଛି । ଆମ୍ବ କିଲୋ ପ୍ରତି ୭୦ରୁ ୧୦୦ ଟଙ୍କା ଥିବା ବେଳେ ଅଙ୍ଗୁର କିଲୋ ୧୨୦ ଟଙ୍କା ରହିଛି । ସେହିଭଳି ସେଓ କିଲୋ-୩୦୦, ଲିଚୁ କିଲୋ ୨ଶହରୁ ଅଧିକ । ଡାଳିମ୍ବ କିଲୋ-୩୦୦ ଟଙ୍କା, ପଣସ ଗୋଟା ୧୦୦ରୁ ୨୦୦, ସପୁରୀ ଗୋଟା ୭୦ରୁ ୧୦୦ ଟଙ୍କା । ପାଚିଲା କଦଳୀ ୧୨ଟାକୁ ୧୨୦ ଟଙ୍କା । ପୂଜା ସମୟରେ ବର୍ଦ୍ଧିତ ଦରଦାମକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦେବଗଡ଼ର ସହରର ମୁଖ୍ୟ ବଜାର ରାସ୍ତାକଡ଼ରେ ଫଳ, ଚୁଡି, ସିନ୍ଦୁର, ବ୍ରତ ଓ ଅଳତା ଆଦି ଦୋକାନ ପସରା ମେଲିଛି। ଶହଶହ ଗ୍ରାହକ ନିଜ ପସନ୍ଦର ଫଳ କିଣି ନେଉଛନ୍ତି। ସାବିତ୍ରୀ ଭାର ସକାଶେ ବଜାରରେ ଭିଡ଼ ଜମିବା ସହ ଭଲ ବେପାର ହେଉଛି।