ରାଜ୍ୟରେ ଶୀତ କରୁଛି କଲବଲ ; ଯାତାୟତ ବାଧାପ୍ରାପ୍ତ, ଜନଜୀବନ ଅସ୍ତବ୍ୟସ୍ତ

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଶୀତ ସହ କୁହୁଡ଼ି କରୁଛି କଲବଲ । ଯାତାୟତ ବାଧାପ୍ରାପ୍ତ, ଜନଜୀବନ ଅସ୍ତବ୍ୟସ୍ତ । ଟ୍ୱିନ୍‌ସିଟି ସହ ବିଭିନ୍ନ ସ୍ଥାନରେ ପ୍ରଭାବ । ୩ ଦିନ ପାଇଁ ୯ ଜିଲ୍ଲାକୁ ସତର୍କତା ।

hhhhhhh

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଏବେ ଘନ କୁହୁଡ଼ି କଲବଲ କରୁଛି । ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଛି । ଏନେଇ ଆସନ୍ତା ତିନିଦିନ ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ୩ ଦିନ ପରେ ଶୀତ ପୁଣି ବଢ଼ିବ  ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । 

ଆଜିଠାରୁ ୧୪ ତାରିଖ ପର୍ୟ୍ୟନ୍ତ କନ୍ଧମାଳ, କୋରାପୁଟ, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଏଭଳି ୯ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବା ସହ ଦୃଶ୍ୟମାନ୍ୟତା ହ୍ରାସ ପାଇବ । ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ପରେ ୧୫ ତାରିଖରୁ ପାଗ ଶୁଖିଲା ରହିବା ସହ ଶୀତ ବଢ଼ିବ । ଶନିବା ପାରଳାଖେମୁଣ୍ଡି ଓ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୬.୫ଡିଗ୍ରି ରେକର୍ଡ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe