କନକ ବ୍ୟୁରୋ : ରାଜ୍ୟରେ ଟାଇଁ ଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲିଠୁ ବଦଳିପାରେ ପାଣିପାଗର ମିଜାଜ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଯାଏ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ  ହାଲୁକା ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ,ନବରଙ୍ଗପୁର , ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ  ମୟୁରଭଞ୍ଜରେ ବିଜୁଳି ଘଡଘଡିକୁ ନେଇ ୟେଲୋ ୱର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ୩୦ ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ । ସେହିପରି  ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନୂଆପଡା, ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ । 

Advertisment

ସେହିପରି ଏହି ଜିଲ୍ଲାରେ ୩୦ ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ । ୨ ତାରିଖରୁ ବର୍ଷାର ପରିମାଣ ବଢିବା ଅର୍ଥାତ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ବିଭାଗ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୨ ତାରିଖରେ ବିଜୁଳି ଘଡଘଡି ବର୍ଷକୁ ନେଇ କୋରାପୁଟ, ନବରଙ୍ଗପୁର ଭଳି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ  ୪୦ ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ । ୨, ୩ ଓ ୪ ତାରିଖରେ  ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ  ପୁଣି ଧୀରେ ଧୀରେ ଖରା ବଢିବ ବୋଲି ପୂର୍ବାନୁମାନ  କରିଛି  ପାଣିପାଗ ବିଭାଗ ।