ଆଜିଠୁ ବଢିବ ତାତି । ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ

ଆଜିଠୁ ବଢିବ ତାତି । ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ୨୯ ତାରିଖ ରେ ଫେରିବ ହିଟ ୱେଭ । ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି ।

ପ୍ରଚଣ୍ଡ ଖରା

ପ୍ରଚଣ୍ଡ ଖରା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଜିଠୁ ବଢିବ ତାତି । ହିଟ ୱେଭ ପାଇଁ ସତର୍କତା ଜାରି କଲା ପାଣିପାଗ ବିଭାଗ । ୨୯ ତାରିଖ ରେ ଫେରିବ ହିଟ ୱେଭ । ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ। ଆଗାମୀ ୫ ଦିନ ତାପମାତ୍ରା ଧୀରେ ଧୀରେ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ କମ ରହିଛି ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ଏହି  ବର୍ଦ୍ଧିତ ତାପମାତ୍ରା କୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ  ୨୯ ତାରିଖ ବେଳକୁ ହିଟ୍ ୱେଭ୍ ପାଇଁ ସତର୍କତା ଜାରି କରାଯାଇଛି । ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ୨୯ ତାରିଖ ପାଇଁ  ହିଟ ୱେଭ ସତର୍କତା ଜାରି କଲା ପାଣିପାଗ ବିଭାଗ। 

ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୨୯ ତାରିଖ ରେ ରହିଛି ହିଟ ୱେଭ ସତର୍କତା ସୂଚନା ଦେଲେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ରେ ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷ ଦେଖିବାକୁ ମିଳିଛି । ସେହିପରି ଭାବେ ସର୍ବାଧିକ ତାପମାତ୍ରା ମାଲକାନଗିରି ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ୩୬.୮ ଡିଗ୍ରୀ । ୯ ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe