ବଢୁଛି ଖରା ଗଣଶିକ୍ଷା ବିଭାଗର ସର୍ତକତା : ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ହିଟ୍ ୱେଭ ମୁକାବିଲା ପାଇଁ ରୁହ ପ୍ରସ୍ତୁତ

Advertisment

ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି  । 

Updated On

ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି  । 

ଅଦ୍ୟତନ ହୋଇଛି
HEAT WAVE

Photograph: (KanakNews )

କନକବ୍ୟୁରୋ : ବଢ଼ୁଥିବା ଖରାକୁ ଦେଖି ସତର୍କ ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ହିଟ୍ ୱେଭର ମୁକାବିଲା ଓ ଏଥିପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଚିଠିରେ କୁହାଯାଇଛି  । 

ସ୍କୁଲରେ ଯେପରି ପାନୀୟ ଜଳ ସୁବିଧା ରହିବ, ତାହା ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଏହାସହ ସ୍କୁଲ ପରିସରରେ ଥିବା ନଳକୂପ ଯଦି ଖରାପ ହୋଇଥାଏ, ତାହେଲେ ତାକୁ ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ କର୍ତ୍ତପକ୍ଷ ଯଥେଷ୍ଟ ଓଆରଏସ୍ ପ୍ୟାକେଟ୍ ରଖିବେ ଓ ଦରକାର ବେଳେ ଛାତ୍ରଛାତ୍ରୀଙ୍କୁ ପିଇବାକୁ ଦେବେ । 

ସ୍କୁଲ ସମୟରେ ବାହାରେ ପିଲାମାନେ ଯେପରି ନବୁଲିବେ ସେଥିପ୍ରତି ଶିକ୍ଷକଓ ଶିକ୍ଷୟିତ୍ରୀମାନେ ଧ୍ୟାନ ରଖିବେ। ସେହିପରି ପିଲାଏ ସ୍କୁଲ ଗଲାବେଳେ ଯେପରି ପାଣି ବୋତଲ ନେଇ ଯିବେ, ତାହା ସୁନିଶ୍ଚିତ କରାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ସ୍କୁଲ ସମୟରେ ହିଟ୍ ୱେଭରୁ ବର୍ତିବାର ଉପାୟ ବିଷୟରେ ପିଲାମାନଙ୍କୁ ସ୍କୁଲ କର୍ତ୍ତପକ୍ଷ ସଚେତନ କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe