କନକ ବ୍ୟୁରୋ : ଆଜିଠାରୁ ପୁଣି ବଢ଼ିଲା ତାତି । ତାତିର ତାଉରେ ଜଳିବ ପଶ୍ଚିମ ଓଡ଼ିଶା । ରାଜ୍ୟରେ ଡହ ଡହ ଖରା ସହ କଲବଳ କରାଣି ତାତି । ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିଛି ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ କଲବଲ କଲାଣି ଖରା । ଦିନ ୧୦ଟା ପରେ ଘରୁ ବାହାରିବା ବି ଅସମ୍ଭବ ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/10/WD561zLmKpa8WKvMXjKz.jpg)