ମୋ ପୁଅମାନେ ନିଷ୍ଠୁର ନୁହଁନ୍ତି, ବୋଧହୁଏ ମୁଁ କେଉଁଠି ଅଛି ତାଙ୍କୁ ଜଣା ନାହିଁ । କି ବୋଧହୁଏ ମୁଁ ତାଙ୍କୁ ସ୍ନେହ ଦେବାରେ ଊଣା କରଦେଲି, ସେଥିପାଇଁ ସେମାନେ ମୋତେ ଖୋଜିବାକୁ ଚାହୁଁନାହାଁନ୍ତି। ମୁଁ ଇଂରାଜୀରେ ଏମଏ ପାସ୍ କରିଛି। ୫ ପୁଅ, ଝିଅଙ୍କୁ ମଣିଷ କରବି ବୋଲି ଚାକିରି କଲିନି। ଘରେ ରହି ସେମାନଙ୍କ ଯତ୍ନ ନେଲି। ସେମାନଙ୍କ ଭଲ ସ୍କୁଲରେ ପଢାଇଲି , ମଣିଷ କଲି , ହେଲେ.. ଏବେ ସବୁ ବଦଳିଗଲାଟ୍ଟ
ଜାଡରେ ଥରୁଥିବା ଜଣେ ଅସହାୟ ବୁଢି ମା’ର ଏଇ କେଇ ପଦ କଥା ଜଣେ ସାମ୍ବାଦିକଙ୍କୁ କନ୍ଦେଇ ଦେଇଥିଲା। ଏତେ ପରେ ବି ଭିଡ ଭିତରେ ମା’କୁ ଛାଡିଦେଇଯାଇଥିବା ମା’ ପାଟିରୁ କୃତଘ୍ନ ପୁଅ ମାନଙ୍କ ବିରୋଧରେ ପଦେ ବି ଖରାପ ବାହାରିନଥିଲା। ଏବେବି ବି ପୁଅମାନଙ୍କ ପାଇଁ ତାଙ୍କ ମନରେ ଥିବା ନିଃସର୍ତ୍ତ ମାତୃତ୍ବ ସ୍ପଷ୍ଟ ବାରି ହୋଇପଡୁଥିଲା।
ଏ ହେଉଛନ୍ତି ରେଖା ଦ୍ବିବେଦୀ। ବୟସ ୮୦ ଟପିଲାଣି। ଦାନ୍ତ ସବୁ ଝଡିଗଲାଣି। ଚମ ଧୁଡୁଧୁଡୁ। ଅଣ୍ଟା ନଇଁଗଲାଣି। ପାଚିଲା କେଶ ସୁବ ମୁହଁକୁ ଢାଙ୍କି ପଡିଛି। ପାଦେ ଚାଲିଲେ ନିଃଶ୍ବାସ ଦବି ଯାଉଛି। ଏଭଳି ଅବସ୍ଥାରେ କୁମ୍ଭ ମେଳାର ଭଈଷଣ ଭିଡ ଭିତରେ ତାଙ୍କୁ ପାଇଥିଲେ ଜଣେ ସମ୍ବାଦିକ ଭାଇ। ତାଙ୍କ ପାଖୁ ଯାଇ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ। ଆଉ ତାଙ୍କ ସହ କିଛି କଥା ହୋଇ ଜାଣିଲେ ଯେ ସେ କୁମ୍ଭ ମେଳାରେ ହଜିଯାଇଛନ୍ତି। ତେଣୁ ତାଙ୍କୁ କୁମ୍ଭମେଳାର ସୂଚନା କେନ୍ଦ୍ରକୁ ନେଇ ସେଠାରେ ତାଙ୍କୁ ଦୁଇଦିନ ରଖାଗଲା। ହେଲେ ତାଙ୍କୁ ନେବାକୁ ନିଜର ବୋଲି କେହି ଆସଲେନି।
ରେଖାଙ୍କର ଯେ କେହି ନାହାଁନ୍ତି ଏଭଳି ନୁହେଁ। ବରଂ ତାଙ୍କର ୪ ଚାରିଟା ପୁଅ । ସମସ୍ତେ ଭଲରେ ଅଛନ୍ତି। ଜଣେ ଅହ୍ଲାବାଦ ହାଇକୋର୍ଟରେ ସିନିଅର ଓକିଲ। ଦ୍ବିତୀୟ ପୁଅ ଜଣେ ଅଧ୍ୟାପକ। ଅନ୍ୟ ଦୁଇ ପୁଅ ଘରୋଇ କମ୍ପାନୀରେ ଚାକିରି କଲେ ବି ଆର୍ଥିକ ଭାବେ ସ୍ବଚ୍ଛଳ। ଘରେ ମା’ ରେଖାଙ୍କ ଯତ୍ନ ନେଇପାରିବେ ନାହିଁ ବୋଲି ତାଙ୍କୁ ଏକ ଆଶ୍ରମରେ ଛାଡିଥିଲେ। ସେଠୁ ଦିଲ୍ଲୀରେ ରହୁଥିବା ଝିଅ ତାଙ୍କୁ ପାଖକୁ ନେଇଯାଇଥିଲେ। ସେଠାରେ ୮ ବର୍ଷ ରହିଲେ ହେଲେ ଜ୍ବାଇଁଙ୍କ ମତ୍ୟୁ ପରେ ରେଖା ଦ୍ବିବେଦୀ ସେଠାରୁ ପଳାଇଆସିଲେ। ସାନ ପୁଅ ପାଖରେ ପହଞ୍ଚିଥିଲେ ବି ସେ ଖର୍ଚ୍ଚ କରିପାରିବେ ନାହିଁ ବୋଲି ସଫା ସଫା କହିଦେଲେ। ଆଉ ୪ ପୁଅ କଥା ହୋଇ ମା’କୁ କୁମ୍ଭମେଳାକୁ ଆଣି ଛାଡିଦେଇଗଲେ ।
ଏକଥା ଶୁଣିବା ପରେ ସେଠାରେ ଥିବା ସମସ୍ତଙ୍କ ଆଖି ଭିଜିଯାଇଥିଲା। ରେଖା ମା’ଙ୍କଠାରୁ ଫୋନ ନମ୍ବର ନେଇ ପୁଅମାନଙ୍କୁ ଫୋନ୍ କଲେ । ୨ ଜଣଙ୍କ ଫୋନ୍ ସ୍ବିଚ ଅଫ୍ ଥିଲା, ଜଣଙ୍କ ଫୋନ୍ ଆଉଟ୍ ଅଫ୍ ରେଂଜ ଥିଲା ହେଲେ ଯୋଉ ପୁଅର ଫୋନ ଲାଗିଲା ସେ ଯାହା କହିଲେ ତାହା ମସସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା। ଏ ପୁଅ କହିଥିଲେ, ତାଙ୍କ ସହ ଆମର କିଛି ସମ୍ପର୍କ ନାହିଁ ପୋନ୍ କାଟନ୍ତୁ...
ଏବେ ରେଖା ଦ୍ବିବେଦୀ କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଥିବା ଅସ୍ଥାୟୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚାହିଁ ରହିଛନ୍ତି କେବେ ପୁଅମାନେ ଆସିବେ ଆଉ ସେ ସେମାନଙ୍କ ସହ ଫେରଯିବେଟ୍ଟ ଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହା ପୂର୍ବରୁ ବି ଏଭଳି ଘଟଣା କୁମ୍ଭମେଳାରେ ଦେଖିବାକୁ ମିଳିଥିଲା। ଦୁଇ ବଅଦ୍ଧ ବାପବା, ମା’ଙ୍କୁ କୁମ୍ଭମେଳାରେ ଛାଡିଦେଇଯାଇଥିଲେ ତାଙ୍କ ପୁ୍ଅ। ତାଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରିବା ପରେ ଜଣାପଡିଥିଲା ଯେ ତାଙ୍କର ୩ ପୁଅ, ହେଲେ ବୋହୂମାନେ ଭାରି ଦୁଷ୍ଟ ତାଙ୍କୁ ଘରେ ରଖିବାକୁ ଚାହୁଁନାହାଁନ୍ତି। ତେଣୁ ତାଙ୍କୁ କୁମ୍ଭମେଳାର ଭିଷର ଚଛାଡିଦେଇଛନ୍ତି।
ଏଇ କୁମ୍ଭମେଳାରେ ଆଉ ଜଣେ ବୟସ୍କ ପୁଅ ତାଙ୍କ ମା’ଙ୍କୁ ହାତ ଶଗଡରେ ବୋହି ନେଇ ଆସୁଥିବା ଭିଡିଓ ଭାଇରାଲ ହୋଇଥିଲା। କେଉଁଠି ପୁଅ ମା’ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଉଛି ତ ଆଉ କିଏ ମାକୁ ବୋଝ ଭାବି ମେଳାରେ ଛାଡିଦେଉଛି । ସତରେ କି ବିଚିତ୍ର ଏ ସଂସାର, କି ବିଚିତ୍ର ଏ ସଭ୍ୟ ବୋଲାଉଥିବା ମଣିଷର ମାନସିକତା...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/20/oWugHIgVxXR8pXrI83dK.jpg)