କନକବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟରେ ହୃଦୟ ବିଦାରକ ଦୃଶ୍ୟ ।  ଘାଟି ମଝିରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ   ।  ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା କ୍ରିକେଟ ଖେଳିବା ସମୟରେ ତାଙ୍କ ପେଟରେ ବଲ୍ ବାଜିଥିଲା ।  ଗୁରୁତର ଅବସ୍ଥାରେ ଶଙ୍କରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।

Advertisment

ସେଠାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିବା ସମୟରେ ଘଟିଥିଲା ଅଘଟଣ ।  ଅଧା ରାସ୍ତାରେ ୩ ଘଣ୍ଟା କାଳ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଫଳରେ ମେଡିକାଲରେ ପହଞ୍ଚିବା ପାଇଁ ଦୀର୍ଘ ତିନି ଘଣ୍ଟା ବିଳମ୍ବ ହୋଇଥିଲା। ଏମକେସିଜିରେ ଭର୍ତ୍ତି ହେବା ପରେ ଡାକ୍ତର ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ  ।  କେବଳ ଆମ୍ବୁଲାନ୍ସ ଅଚଳ ଯୋଗୁ ପିଲାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି  ।