ହୃଦୟବିଦାରକ ଘଟଣା : ପରିବାରର ସମସ୍ତ ସଦସ୍ୟ ବିଷ କ୍ଷୀର ପିଇ ହାରିଲେ ଜୀବନ

Advertisment

ଉତ୍ତର ପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି।

ଉତ୍ତର ପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି।

07bbs_42_07022026_111

Photograph: (kanaknews)

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି । ମହାବନ ଥାନା ଅଞ୍ଚଳର ଖପରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ତିନି ପିଲାଙ୍କର ମୃତ୍ୟୁ ଘଟିଛି। ମୃତ ସ୍ବାମୀଙ୍କ ନାମ ମନୀଷ । ସେ ଚାଷ କରୁଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ବିଷ ମିଶ୍ରିତ କ୍ଷୀର ପିଇ ଦେଇଥିଲେ । 

ଯେତେବେଳେ ପରିବାର ସଦସ୍ୟମାନେ ସକାଳେ ଉଠି ନଥିଲେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଘରର ଦ୍ୱାର ଖୋଲା ନ ଥିଲା। ସେମାନେ ପୁଲିସକୁ ଡାକିଥିଲେ ।  ଖବର ପାଇ ଘଟଣାସ୍ଥଳରେ ପୁଲିସ ଦଳ ପହଞ୍ଚି ଘର କବାଟ ଭାଙ୍ଗି ଭିତରେ ପଶି ସମସ୍ତଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ। , ରୋଷେଇ ଘର କାନ୍ଥରେ ଲେଖାଯାଇଛି ଆମେ ଜୀବନ ଦେଉଛୁ 
ପୁଲିସ ଦଳ ଦେଖିଥିଲେ ରୋଷେଇ ଘର କାନ୍ଥରେ ଲେଖା ହୋଇଛି ଆମେ ଜୀବନ ଦେଉଛୁ ।   ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ମନୀଷଙ୍କ ଅନ୍ୟ ଦୁଇ ଭାଇ ପାଖରେ ରୁହନ୍ତି। ତାଙ୍କ ବାପାଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe