କନକ ବ୍ୟୁରୋ : ଉତ୍ତର ପ୍ରଦେଶର ମଥୁରାର ମହାବନ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ବିଷ ମିଶା କ୍ଷୀର ପିଇ ନିଜ ଜୀବନ ଦେଇଛନ୍ତି । ମହାବନ ଥାନା ଅଞ୍ଚଳର ଖପରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ତିନି ପିଲାଙ୍କର ମୃତ୍ୟୁ ଘଟିଛି। ମୃତ ସ୍ବାମୀଙ୍କ ନାମ ମନୀଷ । ସେ ଚାଷ କରୁଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସୋମବାର ରାତିରେ ପରିବାରର ସମସ୍ତ ସଦସ୍ୟ ବିଷ ମିଶ୍ରିତ କ୍ଷୀର ପିଇ ଦେଇଥିଲେ । 

Advertisment

ଯେତେବେଳେ ପରିବାର ସଦସ୍ୟମାନେ ସକାଳେ ଉଠି ନଥିଲେ ପଡ଼ୋଶୀମାନେ ସନ୍ଦେହ କରିଥିଲେ। ଘରର ଦ୍ୱାର ଖୋଲା ନ ଥିଲା। ସେମାନେ ପୁଲିସକୁ ଡାକିଥିଲେ ।  ଖବର ପାଇ ଘଟଣାସ୍ଥଳରେ ପୁଲିସ ଦଳ ପହଞ୍ଚି ଘର କବାଟ ଭାଙ୍ଗି ଭିତରେ ପଶି ସମସ୍ତଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ। , ରୋଷେଇ ଘର କାନ୍ଥରେ ଲେଖାଯାଇଛି ଆମେ ଜୀବନ ଦେଉଛୁ 
ପୁଲିସ ଦଳ ଦେଖିଥିଲେ ରୋଷେଇ ଘର କାନ୍ଥରେ ଲେଖା ହୋଇଛି ଆମେ ଜୀବନ ଦେଉଛୁ ।   ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ମନୀଷଙ୍କ ଅନ୍ୟ ଦୁଇ ଭାଇ ପାଖରେ ରୁହନ୍ତି। ତାଙ୍କ ବାପାଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା ।