କନକବ୍ୟୁରୋ : ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ ଶେଫାଳୀ ଆଉ ଏହି ଦୁନିଆରେ ନାହାନ୍ତି । ମାତ୍ର ୪୨ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଥିଲେ । ରିପୋର୍ଟ ଅନୁସାରେ, ସେ ଘରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କିନ୍ତୁ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । କିନ୍ତୁ ଆପଣ କଣ ଜାଣନ୍ତି ଏହି ରୋଗର କଣ ରହିଥାଏ ଲକ୍ଷଣ କେଉଁ କାରଣ ଯୋଗୁଁ ଏହା ଶରୀରରେ ଦେଖାଦେଇଥାଏ ତେବେ ଆସନ୍ତୁ ଜାଣିବା ଏହାର କାରଣ । ସର୍ବପ୍ରଥମେ ଆପଣ ନିଜର ରକ୍ତଚାପ ଉପରେ ଧ୍ୟାନ ଦିଅନ୍ତୁ । ଯାହାର ରକ୍ତଚାପରେ ସମସ୍ୟା ଅଛି । ତେବେ ରକ୍ତଚାପ ଉପରେ ନଜର ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କରିବା ଦ୍ୱାରା ହୃଦ୍ଘାତର ସମ୍ଭାବନା ବହୁତ କମ ହୋଇପାରେ । ଅଧିକରୁ ଅଧିକ ସତେଜ, ଫଳ ଏବଂ ପନିପରିବା, ମଞ୍ଜି, ବାଦାମ, ଲେମ୍ବୁ ଏବଂ ଡାଲି ଖାଆନ୍ତୁ । ଜଙ୍କ ଏବଂ ତେଲିଆ ଖାଦ୍ୟରୁ ଦୂରେଇ ରହିବା ପାଇଁ ଡାକ୍ତରମାନେ ହୃଦ ରୋଗୀଙ୍କୁ ମଧ୍ୟ ପରାମର୍ଶ ଦିଅନ୍ତି । ଧୂମପାନକାରୀମାନେ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି । ଧୂମପାନ କେବଳ ହୃଦୟରେ ଅମ୍ଳଜାନର ପ୍ରବାହକୁ ହ୍ରାସ କରେ ନାହିଁ ବରଂ ଆପଣଙ୍କ ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧି ପାଇଁ ମଧ୍ୟ ଦାୟୀ ଅଟେ ।