କନକବ୍ୟୁରୋ : ହୃଦ୍ଘାତ ଏକ ଜୀବନଘାତକ ଅବସ୍ଥା । ଯାହାର ଲକ୍ଷଣଗୁଡ଼ିକୁ ପ୍ରାୟତଃ ଲୋକେ ଅଣଦେଖା କରିଥାନ୍ତି। କିଛି ଲୋକ ବିଶ୍ୱାସ କରନ୍ତି ଯେ, ଗୋଡ଼ ଯନ୍ତ୍ରଣା ହୃଦଘାତର ଏକ ଲକ୍ଷଣ ହୋଇପାରେ। ତଥାପି, ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ଗୋଡ଼ ଯନ୍ତ୍ରଣା ହୃଦଘାତ ର ଏକ ଲକ୍ଷଣ ନୁହେଁ ବରଂ ଏହା ଅନ୍ୟ ରୋଗର ଲକ୍ଷଣ ହୋଇପାରେ।
ଯେତେବେଳେ ଅମ୍ଳଜାନ ଯୁକ୍ତ ରକ୍ତ ହୃଦୟ ମାଂସପେଶୀ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ସେତେବେଳେ ହୃଦ୍ଘାତ ହୁଏ । ଯେତେବେଳେ କରୋନାରୀ ଧମନୀରେ ଅବରୋଧ ହୋଇଥାଏ ସେତେବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ । ହୃଦ୍ଘାତର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଛାତି ଯନ୍ତ୍ରଣା , ବାହୁ, ବେକ, ପିଠିରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ, ବାନ୍ତି ହେବା, ଥଣ୍ଡା ଝାଳ ଏବଂ ମୁଣ୍ଡ ବୁଲାଇବା କିମ୍ବା ହାଲୁକା ମୁଣ୍ଡବିନ୍ଧା ଆଦି ହେବା ।
ଅଧିକ ପଢନ୍ତୁ... ଚିନ୍ତା ବଢ଼ାଉଛି ବିଷାକ୍ତ ବାୟୁ: କୁହୁଡ଼ି ପାଇଁ ବଢ଼ିଛି ପ୍ରଦୂଷଣ
ଯନି ଏହି ଲକ୍ଷଣଗୁଡ଼ିକ ଅନୁଭବ କରନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। କାରଣ ଏହା ହୃଦ୍ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।
ଆମେରିକୀୟ ହାର୍ଟ ଆସୋସିଏସନ ଅନୁଯାୟୀ । ଗୋଡ଼ରେ ଯନ୍ତ୍ରଣା କେତେକ ସମୟରେ ହୃଦରୋଗର ଲକ୍ଷଣ ହୋଇପାରେ। ବିଶେଷକରି ଯେତେବେଳେ ଶରୀରରେ ରକ୍ତ ପ୍ରବାହ ସ୍ବାଭାବିକ ନଥାଏ । ପେରିଫେରାଲ୍ ଧମନୀ ରୋଗ ହେଉଛି ଏକ ଅବସ୍ଥା ଯାହା ପାଦକୁ ଯାଉଥିବା ଧମନୀଗୁଡିକର ଅବରୋଧ କିମ୍ବା ସଂକୁଚିତ କରିଥାଏ। ଧମନୀରେ ଚର୍ବି ଏବଂ କୋଲେଷ୍ଟ୍ରଲ୍ ଜମା ହେବା ଦ୍ୱାରା ଏଭଳି ହୋଇଥାଏ । ଏହା ଯୋଗୁ ଗୋଡ଼ରେ ଯନ୍ତ୍ରଣା କିମ୍ବା ଜଳାପୋଡ଼ା, ଭାରୀପଣ, ଗୋଡ଼ର ରଙ୍ଗ ଫିକା କିମ୍ବା ନୀଳ ରଙ୍ଗ ହେବା, ଗୋଡ଼ କେଶ ଝଡ଼ିବା ଏବଂ ତଳିପା ଉପରେ ଘାଆ ଭଳି ଲକ୍ଷଣ ସୃଷ୍ଟି କରିଥାଏ ।
ଏହି ଘାଆ ସହଜରେ ଶୁଖି ନଥାଏ । ଜନ୍ମଗତ ହୃଦରୋଗ ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟର ଗଠନ ଜନ୍ମରୁ ଅସ୍ୱାଭାବିକ ଥାଏ । ଯେପରିକି ହୃଦୟ ୱାଲ ଏବଂ ଭାଲଭ ଠିକ୍ ଭାବରେ ବିକଶିତ ହେଉନାହିଁ । ଏହି ଅବସ୍ଥା ଯୋଗୁ ନୀଳ ଚର୍ମ କିମ୍ବା ଓଠ ଲଗାତାର ଥକ୍କାପଣ, ନିଶ୍ୱାସ ନେବାରେ କଷ୍ଟ। ଦ୍ରୁତ ହୃଦସ୍ପନ୍ଦନ କିମ୍ବା ଅସ୍ୱାଭାବିକ ହୃଦୟ ଶବ୍ଦ ଭଳି ଲକ୍ଷଣ ସୃଷ୍ଟି କରିପାରେ ।
କିଛି କ୍ଷେତ୍ରରେ, ପିଲାମାନେ ସେମାନଙ୍କ ପାଦ କିମ୍ବା ଗୋଡ଼ରେ ଯନ୍ତ୍ରଣା ଅଭିଯୋଗ ମଧ୍ୟ କରିଥାନ୍ତି । ଏହା ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ଗୋଡ଼ର ଶିରାରେ ରକ୍ତ ଜମାଟ ବାନ୍ଧିଥାଏ । ଏହି ଜମାଟ କେତେକ ସମୟରେ ବିପଜ୍ଜନକ ଭାବରେ ଫୁସଫୁସ କିମ୍ବା ହୃଦୟକୁ ଯାଇପାରେ, ଯାହା ଜୀବନ ପାଇଁ ବିପଦପୂର୍ଣ୍ଣ ଜଟିଳତା ସୃଷ୍ଟି କରିପାରେ । ଲକ୍ଷଣଗୁଡ଼ିକ ହେଉଛି ଗୋଡ ଫୁଲିବା, ଜଙ୍ଘରେ ଯନ୍ତ୍ରଣା, ଲାଲ ଚର୍ମ ଏବଂ ଚାଲିବାରେ କଷ୍ଟ ହେବା ଆଦି ଲକ୍ଷଣ ଦେଖାଦେଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/28/heart-attack-2025-11-28-08-32-15.jpg)