କନକ ବ୍ୟୁରୋ:ଆଜିକାଲି ସବୁ ବୟସର ଲୋକ ହାର୍ଟ ଆଟାକର ଶିକାର ହେଉଛନ୍ତି । ଅନେକ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମଧ୍ୟ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏଭଳି ପରିସ୍ଥିତିରେ ଲୋକମାନେ ଭାବନ୍ତି ଯେ ହାର୍ଟ ଆଟାକ୍ ହଠାତ୍ ଆସେ ଓ ଜୀବନ ନେଇଯାଏ,ଏଥିରୁ ରକ୍ଷା ପାଇବା ଅସମ୍ଭବ । 

Advertisment
1svf

ଏଇ ନିକଟରେ ମଧ୍ୟପ୍ରଦେଶର ଜଣେ ଯୁବତୀ ବିବାହ ସମାରୋରେ ନାଚୁ ନାଚୁ ହଠାତ୍ ଟଳିପଡିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା ଏବଂ ତାଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ନଥିବାର ପରିବାର ଲୋକେ କହିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ..କାରଣ ହାର୍ଟ ଆଟାକର ତିନିରୁ ଚାରି ମାସ ପୂର୍ବରୁ ଶରୀର କିଛି ସଙ୍କେତ ଦେବା ଆରମ୍ଭ କରିଦିଏ । ଅନେକ ଲୋକ ଏହାକୁ ଏକ ସାମାନ୍ୟ କଥା ଭାବି ଅଣଦେଖା କରନ୍ତି,ଯାହା କି ବିପଦପୂର୍ଣ୍ଣ ହୋଇପାରେ । ସେଥିପାଇଁ ସତର୍କ ରହିବା ନିହାତି ଆବଶ୍ୟକ । ହାର୍ଟ ଆଟାକର ବିଭିନ୍ନ ପ୍ରକାର ଳକ୍ଷଣ ଥାଏ...

5zsacf

୧.ନିଶ୍ୱାସ ନେବାରେ କଷ୍ଟ ହେବା

୫୦୦ ମିଟର ଚାଲିବା ପରେ ନିଶ୍ୱାସ ଫୁଲିଯିବା, ଦୁଇ କିମ୍ବା ତିନୋଟି ସିଡ଼ି ପାହାଚ ଚଢ଼ିବା ମଧ୍ୟ କଷ୍ଟକର ହୋଇପଡିବା,ଏହା ବ୍ୟତୀତ ହଠାତ୍ ସ୍ୱାଭାବିକ ଅପେକ୍ଷା ଅଧିକ ଝାଳ ବାହାରିବା ବହୁତ ବିପଦପୂର୍ଣ୍ଣ ହୋଇପାରେ । ଏହି ସବୁ ସମସ୍ୟା ଦେଖା ଦେଉଥିଲେ ସତର୍କ ରହିବା ଉଚିତ।

15sf

୨.ବାମ କାନ୍ଧରେ ଯନ୍ତ୍ରଣା

ଅନେକାଂଶରେ ରାତିରେ ଶୋଇବା ସମୟରେ ବାମ ପଟ କାନ ମୂଳ କିମ୍ବା ବାମ କାନ୍ଧରେ ଯନ୍ତ୍ରଣା ହୁଏ । ଯଦି ଏପରି ହୁଏ ତେବେ ବୁଝିବା ଉଚିତ ଯେ ହୃଦୟରେ କିଛି ସମସ୍ୟା ଅଛି । କାରଣ ଏହା ସିଧାସଳଖ ବାମ କାନ୍ଧ ଏବଂ ପାଟିର ତଳ ଅଂଶ ସହିତ ଜଡିତ ।

Capturqwrfde

୩.ଭୋକ ନ ଲାଗିବା 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ,ଅନେକଙ୍କ କ୍ଷେତ୍ରରେ ଭୋକ ଲାଗେନି କି କିଛି ଖାଇବାକୁ ଇଚ୍ଛା ହେବନାହିଁ । ଏହା ସହ ଖାଦ୍ୟ ଠିକ୍ ଭାବରେ ହଜମ ମଧ୍ୟ ହୁଏ ନାହିଁ । ପେଟରେ ଗ୍ୟାସ୍ ଭଳି ସମସ୍ୟା ଦେଖାଦେବା ଆରମ୍ଭ ହୁଏ । ସବୁ ସମୟରେ ପେଟ ଫୁଲ ଥିବା ଅନୁଭବ ହେବା ସହ ଫୁଲିକି ମଧ୍ୟ ରୁହେ । ଏପରି କ୍ଷେତ୍ରରେ ଗ୍ୟାସର ପ୍ରତିକାର କରିବା ଆବଶ୍ୟକ । କିନ୍ତୁ ପ୍ରତିକାର ସତ୍ତ୍ୱେ ଯଦି ଏହି ସବୁ ସମସ୍ୟା ଲାଗିକି ରୁହେ ତେବେ ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ । ଏହିଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

3fdhb

୪.ବାମ ଛାତିରେ ଯନ୍ତ୍ରଣା ଅନୁଭବ କରିବା

ଆଜିକାଲି ଅନେକ ଲୋକ ଛାତି ଯନ୍ତ୍ରଣାର ସମ୍ମୁଖୀନ୍ନ ହେଉଛନ୍ତି ଆଉ ଏହାକୁ ଗ୍ୟାସ୍ ଜନିତ ସମସ୍ୟା ଭାବି ଗ୍ୟାସ ଟାବଲେଟ ଖାଇଦିଅନ୍ତି । କିନ୍ତୁ କେବେବି ଏହା ଅଣଦେଖା କରିବା ଉଚିତ୍ ନୁହେଁ । ଛାତି ଯନ୍ତ୍ରଣା ହେବା ମାତ୍ରେ ହିଁ ହୃଦରୋଗ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ । 

ହୃଦଘାତରୁ ରକ୍ଷା ପାଇବା ପାଇଁ କ'ଣ କରିବେ ?

ଯଦି ଆପଣ ହୃଦଘାତର କୌଣସି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ କଥା ହେବା ଉଚିତ । ଯଦି ଆପଣ ସମୟ ମଧ୍ୟରେ ସଚେତନ ହୁଅନ୍ତି, ତେବେ ହୃଦଘାତର ଆଶଙ୍କାକୁ ରୋକାଯାଇପାରିବ । ପ୍ରତିଦିନ ଅତି କମରେ ୪୫ ମିନିଟ୍ ଚାଲନ୍ତୁ, ବ୍ୟାୟାମ କରନ୍ତୁ, ଅତ୍ୟଧିକ ତେଲ ଏବଂ ମସଲା ଖାଇବାରୁ ଦୂରେଇ ରୁହନ୍ତୁ, ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ସ୍ୱାସ୍ଥ୍ୟ ସମ୍ଭନ୍ଧିୟ କୌଣସିବି ପରାମର୍ଶ କାର୍ୟ୍ୟକାରୀ କରିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।