ମୋ ଜୀବନ ପ୍ରତି ବିପଦ ଅଛି, ମୁମ୍ବାଇ ଗଲେ ମୋତେ ମାରିଦେବେ : କୁନାଲ କାମ୍ରା

ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ  କୁନାଲ କାମରା , ଆଗୁଆ ଜାମିନ ପାଇଁ ଆବେଦନ ଦାୟର । ଜୀବନ ପ୍ରତି ବିପଦ ଦର୍ଶାଇ ସିନ୍ଦେ ସମର୍ଥକଙ୍କ ନାଁରେ କଲେ ଅଭିଯୋଗ । କୁନାଲ ମାଗିଲେ ଆଗୁଆ ଜାମିନ

kunal kamra**

kunal kamra** Photograph: (KanakNews)

କନକ ବ୍ୟୁରୋ: ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ଗଲେ ମୋତେ ମାରିଦିଆଯିବ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମ୍ରା । ଏନେଇ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାୟର କରି ଆଗୁଆ ଜାମିନ ପାଇଁ ଅନୁରୋଧ କରିଛନ୍ତି । 

କାମ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ତେବେ ଆବେଦନରେ ସେ ନିର୍ଦ୍ଦିଷ୍ଟ ଭାବେ  ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ନାଁ ନେଇ ଅଭିଯୋଗ କରିଛନ୍ତି । ଏବେ ସୁଦ୍ଧା ୮ଶହରୁ ଅଧିକ ଥର ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳୁଥିବା ନିଜ ଆବେଦନରେ ଦର୍ଶାଇଛନ୍ତି କୋର୍ଟ । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ କୁନାଲ ଆବେଦନ କରିଛନ୍ତି କିନ୍ତୁ ଯାହାବି ହେଉ କୁନାଲଙ୍କୁ ସିନ୍ଦେଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି ଶିବସେନା କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe