କନକ ବ୍ୟୁରୋ: ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ଗଲେ ମୋତେ ମାରିଦିଆଯିବ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମ୍ରା । ଏନେଇ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାୟର କରି ଆଗୁଆ ଜାମିନ ପାଇଁ ଅନୁରୋଧ କରିଛନ୍ତି ।
କାମ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ତେବେ ଆବେଦନରେ ସେ ନିର୍ଦ୍ଦିଷ୍ଟ ଭାବେ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ନାଁ ନେଇ ଅଭିଯୋଗ କରିଛନ୍ତି । ଏବେ ସୁଦ୍ଧା ୮ଶହରୁ ଅଧିକ ଥର ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳୁଥିବା ନିଜ ଆବେଦନରେ ଦର୍ଶାଇଛନ୍ତି କୋର୍ଟ । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ କୁନାଲ ଆବେଦନ କରିଛନ୍ତି କିନ୍ତୁ ଯାହାବି ହେଉ କୁନାଲଙ୍କୁ ସିନ୍ଦେଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି ଶିବସେନା କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/28/tncP2BSdfNJlrqoeS3fC.jpg)